ଜାତୀୟ ସାଇକେଲ ପ୍ରତିଯୋଗିତାରେ କୁନିଝିଅ ସସ୍ମିତା ଆଣିଲେ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ।
ଝାଡ଼ଖଣ୍ଡର ରାଞ୍ଚି ଠାରେ ଅନୁଷ୍ଠିତ ଏସ.ଜୀ.ଏଫ୍.ଆଇ (SGFI)ଦ୍ଵାରା ଆୟୋଜିତ ଜାତୀୟ ସାଇକେଲ ପ୍ରତିଯୋଗିତାରେ ବାରିକ ପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସସ୍ମିତା ପଣ୍ଡା ରୋଡ ସାଇକଲ ରେ ରୋପ୍ୟ ଓ ଟ୍ରାକ ସାଇକଲ ରେ କାଂସ୍ୟ ପଦକ ଆଣି ରାଜ୍ୟ ତଥା ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ।ସସ୍ମିତା ହେଉଛନ୍ତି ପିତା ବିଭୁଭୂଷଣ ପଣ୍ଡା ଓ ମାତା ନିରୁପମା ଦାଶ ଙ୍କ କନ୍ୟା।ବାରିକ ପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ 4ଜଣ ଛାତ୍ର ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।ପ୍ରଶିକ୍ଷକ ସୁବାଷ ଗୋଚ୍ଛାୟତ ଙ୍କ ତାଲିମ ନେଉଥିଲେ ବାରିକ ପୁର ବିଦ୍ୟାଳୟର ଏହି ଛାତ୍ର ଛାତ୍ରୀ।
ସେଥି ପାଇଁ ବାରିକ ପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମଲ୍ଲିକ ଓ ଖେଳ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମୁକ୍ଷ ଅତିଥି ଭାବେ ଡି.ପି. ଇ. ଓ ରାଜେନ୍ଦ୍ର କୁମାର ନାୟକ ଯୋଗଦାନ କରି ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ସହ ସସ୍ମିତା ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୃତି ଛାତ୍ରୀ ସସ୍ମିତା ପଣ୍ଡା ଓ ଗତ ବର୍ଷର ଏହି ବିଦ୍ୟାଳୟର ଛାତ୍ର ରାଜ୍ୟ ସାଇକଲ ପ୍ରତିଯୋଗିତାର ସ୍ଵର୍ଣ୍ଣ ପଦକ ବିଜେତା ସତ୍ୟଜିତ ଗୋଚ୍ଛାୟତ ଏହି ସଫଳତା କୁ ନିଜ ବାପ ମା,ଶିକ୍ଷକ ଶିକ୍ଷୟତ୍ରୀ ଓ ମୁକ୍ଷତ ପ୍ରଶିକ୍ଷକ ସୁବାଷ ଗୋଚ୍ଛାୟତ ଙ୍କ ପାଇଁ ଏ ସଫଳତା ମିଳିଥିବା କହିଛନ୍ତି।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
