ଓୟୁଜେର ବାଲେଶ୍ୱର ଜିଲା ଶାଖାର ବନ୍ଧୁ ମିଳନ ଉତ୍ସବ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)- ଓଡ଼ିଶା ସାମ୍ୱାଦିକ ୟୁନିଅନ ବାଲେଶ୍ୱର ଜିଲ୍ଲା ଶାଖା ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ସୋର ବ୍ଲକ ଅନ୍ତର୍ଗତ ସିନ୍ଧୁଆ ଠାରେ ସଭାପତି ଗଙ୍ଗାଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ଏହି ପ୍ରାନ୍ତୀୟ ସମ୍ମିଳନୀରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ଶାଖାର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ମାସରେ ସିମୁଳିଆଠାରେ ପ୍ରାନ୍ତିୟ ବୈଠକ ହେବ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରାନ୍ତୀୟ ସମ୍ମିଳନୀରେ ସାମ୍ୱାଦିକଙ୍କ ସୁରକ୍ଷା, ପେନସନ ଓ ଏକ୍ରିଡେଶନ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସାମ୍ୱାଦିକମାନଙ୍କ ଦୁର୍ଘଟଣା ଓ ଚିକିତ୍ସା ପାଇଁ ଆର୍ଥକ ସହାୟତା ଯୋଗାଇ ଦେବାକୁ ବାଲେଶ୍ୱର ଜିଲା ଶାଖା ପକ୍ଷରୁ ଏକ ସାମ୍ୱାଦିକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ସର୍ବ ସମ୍ମତ୍ତି ନିଷ୍ପତ୍ତି ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଜାତୀୟ କାର୍ଯ୍ୟକାରୀଣି ସଦସ୍ୟ ରାମ ନାରାୟଣ ଶତପଥୀ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଅନାମ ଚରଣ ପଣ୍ଡା, ବରିଷ୍ଟ ସଦସ୍ୟ ଶିଶିର କୁମାର ଦାସ, ଚନ୍ଦ୍ରମୋହନ ମହାପାତ୍ର, ଗୌରୀ ଶଙ୍କର ଘଡାଇ, ନନ୍ଦ କିଶୋର ସାହୁ,ଉତ୍କଳ ବନ୍ଧୁ ପଣ୍ଡା, ସୁରେଶ ଚନ୍ଦ୍ର ଦାସ, ଲକ୍ଷ୍ମୀଧର ଗାଣ, ଲକ୍ଷ୍ମୀନାରାୟଣ ଦାସ, ମହେଶ୍ୱର ପ୍ରଧାନ , କୈଳାସ ଚନ୍ଦ୍ର ଦାସ, ତପୋଧନ ବାରିକ, ରାଜେନ୍ଦ୍ର କୁମାର ଗିରି, ସଞ୍ଜୟ କୁମାର ବେହେରା, ମନୋଜ କୁମାର ରାୟ, ସୁଶାନ୍ତ କୁମାର ଦାସ, ଜନ୍ମେଜୟ ମିଶ୍ର, ସୁଶାନ୍ତ କୁମାର ବେହେରା,ଶ୍ରୀ ଲେଖା ସାହୁ, କହ୍ନେଇ ଚରଣ ପ୍ରଧାନ, ପ୍ରଭାକର ନାୟକ, ଅଜିତ କୁମାର ନାୟକ ଓ ଅଭୟ ପତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶ୍ରୀଲେଖା ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
