
ବ୍ରହ୍ମପୁର,……ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଦେଶର ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କ ଉଧେଶ୍ୟରେ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଆୟୋଜିତ ସଭାରେ ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଗତ ସିଂ ଙ୍କ ଆଦର୍ଶଗତ ଜୀବନ ସମ୍ପର୍କରେ ଆଲୋଚନା କରିବା ସହ ଦେଶରେ ଜାତିବାଦ,ସାମ୍ପ୍ରଦାୟିକ ବିଦ୍ବେଷ, ଫାସିବାଦ ବିରୁଦ୍ଧରେ ଭଗତ ସିଂ ଙ୍କ ଲଢେଇକୁ ଆଗକୁ ନେବାକୁ ଆହ୍ୱାନ ଦିଆଯାଇଥିଲା l ଆଜି ଦେଶରେ ଦରଦାମ ବୃଦ୍ଧି, ବେରୋଜଗାର, ସାଂସ୍କୃତିକ ଅବକ୍ଷୟ, ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର, ପ୍ରାକୃତିକ ସମ୍ପଦର ଲୁଟ ବିରୁଦ୍ଧରେ ଗଣ ଆନ୍ଦୋଳନ ଗଢ଼ା ଗଲେ ଭଗତ ସିଂ ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଲୋଚନାରେ ମତ ବ୍ୟକ୍ତ ପାଇଛି l ଆଜିର ସଭାରେ ସୁରେନ୍ଦ୍ର ନାଥ ପଣ୍ଡା,ଋତୁପୁର୍ଣ ପ୍ରଧାନ, ବିଜୟ କୁମାର ପାଢ଼ୀ,ଗୁଣନିଧି ବେହେରା, ଆପ ର ନେତା ଆଦିତ୍ୟ ପ୍ରସାଦ ରଥ,ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି l