ମଠକରଗୋଳା ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର
ଉଦ୍ ଘାଟିତ
କାମାକ୍ଷାନଗର -(ରିପୋର୍ଟ – ଧର୍ମାନନ୍ଦ ସେଠି)
ଢେଙ୍କାନାଳ ଜିଲ୍ଲା ମଠକରଗୋଳା ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ସହାୟତା କ୍ରମେ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ ଘାଟନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଖଣ୍ଡ ର ସହ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସଶକ୍ତ ହେବାକୁ ଆହ୍ବାନ ଦେଇଥିଲେ। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ମାନସିକ ସ୍ତରରେ ଦୃଢ଼ ହେବା ସହ ଆତ୍ମରକ୍ଷା କୌଶଳ ଶିକ୍ଷା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ପ୍ରଶିକ୍ଷଣ ଏବଂ ନାରୀ ସଶକ୍ତିକରଣ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି କାମାକ୍ଷାନଗର ଉପଖଣ୍ଡ ର ସହ ଜିଲ୍ଲାପାଳ ସୌମ୍ୟଜିତ୍ ପାଇକରାୟ ଆଧୁନିକ ସମାଜରେ ସଶକ୍ତ ନାରୀ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଦାଶ ନାରୀ ସମାଜ ର ଐତିହାସିକ ଓ ପୌରାଣିକ ଭିତ୍ତିଭୂମି ଉପରେ ଆଲୋକପାତ କରିବା ସହ ସୁସ୍ଥ ସମାଜ ଗଠନ ନିମନ୍ତେ ଆଦର୍ଶ ନାରୀ ହିଁ ଏକ ବିକଳ୍ପ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଅର୍ଚ୍ଚିତା ମହାମାନସିଂ ଆଠ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଶିକ୍ଷିକା ସୌଦାମିନୀ ସାହୁ ପାଠ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟାପିକା ବିଜୟିନୀ ଲେଙ୍କା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।ଅଧ୍ୟାପିକା ରଶ୍ମିତା ଖୁଣ୍ଟିଆ, ସାଗରିକା ଜେନା, ଗୀତାଞ୍ଜଳୀ ଦେବୀ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ଏଥିରେ ଯୁକ୍ତ ତିନି ପ୍ରଥମ ବର୍ଷର ୧୩୪ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
