*ନୂଆପଡ଼ାରେ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ଉଦ୍ଘାଟିତ l ଜିଲ୍ଲାକୁ ଦେଶର ଅଗ୍ରଣୀ କୃଷି ଜିଲ୍ଲାରେ ରୂପାନ୍ତରିତ କରିବାକୁ ଜିଲ୍ଲାପାଳଙ୍କ ଆହ୍ବାନ* l
ନୂଆପଡା(ମିଖାଏଲ ନନ୍ଦ)
ତା ୧୬/୦୧
ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ନୂଆପଡାରେ ପାଞ୍ଚ ଦିନିଆ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ୨୦୨୬ ଆଜି ଉତ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ବସନ୍ତ ପଣ୍ଡା, ସାଂସଦଙ୍କ ପ୍ରତିନିଧି ତଥା ବିଶିଷ୍ଟ କୃଷକ ନେତା ଯଦୁମଣି ପାଣିଗ୍ରାହୀ,ନୂଆପଡା ବିଧାୟକଙ୍କ ପ୍ରତିନିଧି ରାମଲାଲ ହଂସ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, କଳାହାଣ୍ଡି କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ଅଜୟ ମାରାଣ୍ଡି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ପ୍ରମୁଖ ଏହି ଉଦ୍ଘାଟନି ଉତ୍ସଵରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ ।ମୁଖ୍ୟ କୃଷି ଅଧିକାରୀ ଶ୍ରୀ ନାୟକ ସମସ୍ତଙ୍କୁ ସ୍ଵାଗତ କରି ନିଜ ବିଭାଗର ସଫଳତା ଏବଂ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ l ନିଜର ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପ ନିର୍ବାଚନ ପୂର୍ବରୁ ନୂଆପଡ଼ା ଗସ୍ତ ରେ ଆସି ୧୧୦୦କୋଟି ଟଙ୍କା ର ପ୍ୟାକେଜ ଘୋଷଣା କରିଥିଲେ l ସେଥି ମଧ୍ୟରୁ ୮୯୨ କୋଟି ଟଙ୍କା କେବଳ ଜଳସେଚନ ପ୍ରକଳ୍ପ ପାଇଁ ରହିଛି। ଏହି ସବୁ ପ୍ରକଳ୍ପ ଆରମ୍ଭ ହେଲେ ଜିଲ୍ଲାର କୃଷକ ବହୁ ଭାବରେ ଉପକୃତ ହେବେ। କିଛି ଦିନ ପୂର୍ବରୁ ଉନ୍ନୟନ କମିଶନର ଏହି ସବୁ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହା ସହିତ ନୂଆପଡା ଆକାଂକ୍ଷି ଜିଲ୍ଲା ଏବଂ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ ଯୋଜନାରେ ସ୍ଥାନ ପାଇଥିବାରୁ ଜିଲ୍ଲାର ପ୍ରଗତି ବହୁ ମାତ୍ରାରେ ହୋଇ ପାରିବ l ନିମନ୍ତ୍ରିତ ସମସ୍ତ ଅତିଥି କୃଷକ ମାନଙ୍କ ସମାଜ ପ୍ରତି ମହତ୍ ଅବଦାନକୁ ସ୍ବୀକାର କରି ସେମାନଙ୍କ କିଭଳି ଆର୍ଥିକ ଉନ୍ନତି ହୋଇ ପାରିବ ତାହା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ସଫଳ କୃଷକ ଓ କୃଷି ଉଦ୍ୟୋଗୀ ରାମବତୀ ମାଝି, ସୁନୀତା ଖତ,ସବିତା ଜାଲ,ପଦ୍ମିନୀ ଶବର , ଡାଳିମ୍ବ ରଣା , ଗୀତାଞ୍ଜଳି ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ଏହି ମେଳାରେ କୃଷି ଓ ଆନୁସଙ୍ଗିକ ବିଭାଗର ୪୦ ଟି ଷ୍ଟଲ ସ୍ଥାନ ପାଇଚି l ପ୍ରତିଦିନ ବିଭିନ୍ନ ବ୍ଲକ୍ ରୁ ଶହ ଶହ କୃଷକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହି ମେଳା ସହିତ ଶ୍ରୀ ଅନ୍ନ ମହୋତ୍ସବ ବି ଅନୁଷ୍ଠିତ ହୋଇଛି। ମିଲେଟ ରେ ପ୍ରସ୍ତୁତ କ୍ଷୀରି ଓ ଅନ୍ୟାନ୍ୟ ମିଠା ପ୍ରଦାନ କରା ଯାଉଛି । ଏହି ମେଳା ଅବସରରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ ହେବା। ମେଳାରେ ଜିଲ୍ଲାର ସଫଳ କୃଷକମାନଙ୍କ ସଫଳତାର କାହାଣୀ ଉପରେ ଆଧାରିତ ନାଟକ ମାଧ୍ୟମରେ ପ୍ରଦର୍ଶନ କରିବା ପାଇଁ ମଧ୍ଯ ଯୋଜନା କରାଯାଇଛି।
