କବିତା ହୃଦୟର ଫଲ୍ଗୁଧାରା : ଉତ୍କଳିକା
(ମହାନଗର ମହୋତ୍ସବ କବିତା ଆସର)
ବ୍ରହ୍ମପୁର, ତା. ୧୬/୦୧ :
ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ “ଉତ୍କଳିକା” ତରଫରୁ ସ୍ଥାନୀୟ ପୁରୁଣା ଆମ୍ବ ବଜାର ଚର୍ଚ୍ଚ ପଡିଆ ଠାରେ ଆୟୋଜିତ ମହାନଗର ମହୋତ୍ସବ ଅବସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଇଂ. ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବରେ ଅନନ୍ୟ ଉତ୍କଳ ବହୁମୁଖୀ ସମାଜ ସଂସ୍କୃତି ପରିଷଦ ସଭାପତି ପ୍ରଭାତ କୁମାର ମିଶ୍ର ମୂଖ୍ୟ ଅତିଥି, ଆସିକା ବିଜ୍ଞାନ ମହାବିଦ୍ୟାଳୟ ଆଧ୍ୟାପକ ଅଜିତ କୁମାର ମୁନି ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଶିଶୁ ସାହିତ୍ୟିକ ସୁଶାନ୍ତ କୁମାର କର ଓ ଗଞ୍ଜାମ ଜିଲ୍ଲା ଲେଖକ ସମ୍ମୁଖ୍ୟ ସଭାପତି ହାଡିବନ୍ଧୁ ମାଳି ଯୋଗଦେଇ କବିତା କବି ହୃଦୟର ଫଲଗୁ ଧାରା ସମ ପୂତ- ପବିତ୍ର ଓ ନବ ଆଲୋକର ଦ୍ୟୋତକ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାରସ୍ୱତ ସାଧକ ଦୀନବନ୍ଧୁ ଶ୍ରୀପଲ୍ଲଵ ଅତିଥି ଆହ୍ୱାନ କରିଥିବା ବେଳେ ସମ୍ପାଦକ ଡଃ. ବିଜୟ ଚନ୍ଦ୍ର ମହାରଣା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁ ସାହିତ୍ୟିକ ମୋହନ କୁମାର ସ୍ବାଇଁଙ୍କ କବିତା ସଂକଳନ ‘ଅନ୍ଧାର ରାତିର ଜହ୍ନ’ ଏବଂ ଗଳ୍ପ ସଂକଳନ ‘ଅଧା ଛାଇ ଅଧା ଆଲୁଅ’ ଲୋକାର୍ପିତ ହୋଇଥିଲା। ପ୍ରେମଶିଳା ନନ୍ଦ ପ୍ରାରମ୍ଭିକ ସଙ୍ଗୀତ ଓ ଚନ୍ଦ୍ର ଶେଖର ମହାପାତ୍ର ବେଦ ପାଠ କରିଥିଲେ।
ସଭା ପରେ ମଧୁସ୍ମିତା ସାହୁ ଏବଂ କିରଣ ମିଶ୍ରଙ୍କ ଚିତ୍ତାକର୍ଷକ ସଂଯୋଜନା କ୍ରମେ ସର୍ବଶ୍ରୀ ସନ୍ତୋଷ କୁମାର ମିଶ୍ର, ଇଂ. ଗଙ୍ଗାଧର ମହାକୁଡ଼, ଲିଙ୍ଗରାଜ ଜେନା, ବିଜୟ ଚନ୍ଦ୍ର ନନ୍ଦ, ବୃନ୍ଦାବନ ପଣ୍ଡା, ହୃଷିକେଶ ଦାଶ, ଅରୁଣ ମୋହନ ପାତ୍ର, ଲଡ଼ୁ କିଶୋର ଗୌଡ଼, ଚିତ୍ରସେନ ମହାରଣା, କାଳୀ ଦାସ, କୁନା ସେଠୀ, ରବୀନ୍ଦ୍ର କୁମାର ପଣ୍ଡା, ଗଗନ କୁମାର ଦାଶ, ଅମିତା ମିଶ୍ର, ପଦ୍ମିନୀ ମିଶ୍ର, ସରୋଜିନୀ ମିଶ୍ର, ବନ୍ଦନା ମହାପାତ୍ର, ଗାୟତ୍ରୀ ରଥ, ସନ୍ଧ୍ୟାରାଣୀ ଦେବୀ, ସବିତା ସାବତ, ଜନତା କୁମାରୀ ସାହୁ ପ୍ରମୁଖ ବହୁ ସାରସ୍ୱତ ସାଧକ-ସାଧିକା ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କବି ସୁବାସ ଚନ୍ଦ୍ର ସାହୁ ରୋଶନ୍ ସହଯୋଗ କରିଥିବା ବେଳେ କବୟିତ୍ରୀ ପଦ୍ମିନୀ ମିଶ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
