*ନୂଆପଡା ଜିଲ୍ଲା ନେସନାଲ ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ, ରେଡରିବନ୍ କ୍ଲବ ଓ ଜାତୀୟ ସେବା ଯୋଜନା ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା: ୧୬.୦୧.
ନୂଆପଡା ଜିଲ୍ଲା ନେସନାଲ ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ, ରେଡରିବନ୍ କ୍ଲବ ଓ ଜାତୀୟ ସେବା ଯୋଜନା ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଯୁବ ସ୍ବେଛାସେବୀ ଙ୍କୁ ଉତ୍ସାହିତ କରିବା ସହ ରକ୍ତ ଦାନ ମହାନ୍ ଦାନ ଉପରେ ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଭୈରବ ସାହୁ, ସିଆରପିଏଫ ଅଧିକାରୀ ଓ କ୍ରୀଡା ଅଧ୍ୟାପକ ପ୍ରକାଶ ସାହୁ ଯୋଗଦାନ କରି ରକ୍ତଦାତା ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ।
