*ନୂଆପଡାରୁ ୭୩ ଜଣ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା ଓ ବାରଣାସୀ ତୀର୍ଥଯାତ୍ରା*।
ନୂଆପଡା( ମିଖାଏଲ ନନ୍ଦ)
, ତା,୧୬।୦୧
ନୂଆପଡା ଜିଲ୍ଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୩ ଜଣ ସାମିଲ୍ ହୋଇ ଆଜି ଅଯୋଧ୍ୟା, ବାରଣାସୀ ଯାତ୍ରା କରିଛନ୍ତି। ଯେଉଁ ବରିଷ୍ଠ ନାଗରିକମାନଙ୍କୁ ଏହି ଯୋଜନାରେ ଚୟନ କରାଯାଇଥିଲା ସେମାନେ ଆଜି ଆସି ନୂଆପଡା ପର୍ଯ୍ୟଟନ କାଯ୍ୟାଳୟ ରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ମାନଙ୍କ ଦ୍ଵାରା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଇଥିଲା। ଏହି ତୀର୍ଥଯାତ୍ରୀ ମାନଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ବାଗତ କରି ଏକ ଆନନ୍ଦ ଦାୟକ ତୀର୍ଥ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସମସ୍ତଙ୍କୁ ସଂଵୋଧନ କରି ସେ କହିଲେ ଯେ, ସମସ୍ତ ବରିଷ୍ଠ ନାଗରିକ ଏକାଠି ହୋଇ ତୀର୍ଥ ଯାତ୍ରାର ମଜା ନିଅନ୍ତୁ l କାରଣ ଓଡ଼ିଶା ସରକାରଙ୍କ ସମୂର୍ଣ୍ଣ ନିଶୁଳ୍କ ସେବା ଯୋଜନାରେ ଏମାନେ ଭାରତବର୍ଷର ଦୁଇଟି ପ୍ରମୁଖ ତୀର୍ଥକ୍ଷେତ୍ର ଅଯୋଧ୍ୟା ଓ ବାରଣାସୀ ପରିଦର୍ଶନର ସୁଯୋଗ ପାଇଛନ୍ତି l ଏହି ଗସ୍ତ ପଛରେ ଜିଲ୍ଲା ପ୍ରଶାସନର ସଂପୂର୍ଣ୍ଣ ସହଯୋଗ ଓ ଶୁଭେଚ୍ଛା ରହିଛି l ଦୁଇଜଣ ସହାୟକ ଅଧିକାରୀ ବିକ୍ରମ କେଶରୀ ହେରନା ଓ ତୃପ୍ତିମାନ ମୁଣ୍ଡଙ୍କ ସହିତ ଦୁଇଟି ସତନ୍ତ୍ର ବସ ଯୋଗେ ସମସ୍ତେ ରାୟଗଡା ଯାତ୍ରା କରିଥିଲେ । ଆସନ୍ତା କାଲି ଅନ୍ୟ ପାଞ୍ଚଟି ଜିଲାର ଯଥା କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ତୀର୍ଥ ଯାତ୍ରୀ ମାନଙ୍କ ସହ ମିଶି ଏକ ସତନ୍ତ୍ର ରେଳ ଯୋଗେ ସମସ୍ତେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ । ବାରାଣସୀ ମଧ୍ୟ ପରିଭ୍ରମଣ କରି ଆସନ୍ତା ୨୨ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ l ନୂଆପଡା ପର୍ଯ୍ୟଟନ କାର୍ଯ୍ୟାଳୟରେ ନୂଆପଡା ଜିଲ୍ଲାପାଳ ଶ୍ରୀ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ବସ୍ କୁ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘନଶ୍ୟାମ ମୁଣ୍ଡଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ଵାସ ପ୍ରମୁଖ ଯୋଗଦାନ କରିଥିଲେ l
