*ପିଏମଆଇଟି ରେ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ*
ତାଳଚେର :ତା 15/01/2026: ତାଳଚେର ପବିତ୍ର ମୋହନ ପ୍ରଧାନ ଇନଷ୍ଟିଚ୍ୟୁଟ ରେ ପ୍ରଥମ ପୁରାତନ ଛାତ୍ର ସମ୍ମିଳନୀ (2007-2011) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି, ଯାହା ହସ, ଖୁସି, ଓ ଅବିସ୍ମରଣୀୟ ସ୍ମୃତି ରେ ପରିପୂର୍ଣ ଥିଲା |ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିଲା ଯିଏ କି ଏ ଅନୁଷ୍ଠାନ ର ପ୍ରତିଷ୍ଠାତା ଥିଲେ |ତାଙ୍କ ଉଦ୍ଧେଶ୍ୟ ରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଏହି ଅନୁଷ୍ଠାନ ର ଟ୍ରଷ୍ଟ ର ସଭାପତି ଡ଼ ମୃଦୁଳା ଠାକୁର ପ୍ରଧାନ ଯୋଗଦେଇ ଡ଼ା ପ୍ରଧାନ ଙ୍କର ସ୍ମୃତି ଚାରଣ କରିବା ସହ ବୈଷୟିକ ଶିକ୍ଷା ଓ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଥିଲେ |
ଏହି ପୁନଃ ମିଳନ ରେ ସମୟ ବାହାର କରିଥିବା ପ୍ରତ୍ୟେକ ପୂର୍ବତନ ଛାତ୍ର ଙ୍କୁ ଏବଂ ପରଦା ପଛରେ କାମ କରିଥିବା ସମସ୍ତ ଦଳକୁ ମୁଖ୍ୟ ଅତିଥି ହୃଦୟ ରୁ ଧନ୍ୟବାଦ ଦେଇଥିଲେ |ଶେଷରେ ଅନୁଷ୍ଠାନ ର ଉପ ଅଧ୍ୟକ୍ଷ ରାଜେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପିଏମ ଆଇଟି ର ପ୍ରଥମ ଅଧ୍ୟକ୍ଷ ମନୋଜ କୁମାର ଦଣ୍ଡପା, ଏକାଡେମୀକ ନିଁର୍ଧେଶକ ଶରତ ଚନ୍ଦ୍ର ବିଶ୍ୱାଳ,ଅଧ୍ୟକ୍ଷା ସସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |
