ଘଟିପିରି ଛକ ରାମେଶ୍ବର ମନ୍ଦିର ସମ୍ବୁଖରେ ସାମ୍ନାରେ ଖୋଲିଲା ନୂତନ ଏୟାରଟେଲ ପେମେଣ୍ଟ ମିନି ବ୍ୟାଙ୍କ।
ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା : ଘଟିପିରି ଛକ ରାମେଶ୍ବର ଜୀଉ ମନ୍ଦିର ସମ୍ଭୁଖରେ ଖୋଲିଲା ନୂତନ ଏୟାରଟେଲ ମିନି ବ୍ୟାଙ୍କ ଜିଲୁ ଡିଜିଟାଲ ଷ୍ଟୁଡିଓରେ ଏୟାରଟେଲ ପେମେଣ୍ଟ ମିନି ବ୍ୟାଙ୍କର ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହି ମିନି ବ୍ୟାଙ୍କ ଦ୍ଵାରା ସମସ୍ତ ବର୍ଗର ଲୋକ ଉପକୃତ ହେବେ ବୋଲି କହିଛନ୍ତି ଜୋନାଲ ମ୍ୟାନେଜର ଶ୍ରୀ ଅବକାଶ ଦାସ ଏଥିରେ ବ୍ୟାଙ୍କର ଜିଏମ୍ – ଅବକାଶ ଦାସ,ସି ଜି ଓ – ଅମୂଲ୍ୟ କୁମାର୍ ସାହୁ ,ଟି ଏସ ଏମ୍ – ନିମାଇଁ ଦାସ୍ ଏବଂ ଏ ବି ଡି – ବିନୋଦ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ଲୋକଙ୍କୁ ଡିଜିଟାଲ ବ୍ୟାଙ୍କ ବିଷୟରେ ବୁଝାଇଥିଲେ। ଏଥିରେ ଲୋକମାନଙ୍କ ୫ ମିନିଟରେ ଖାତା ଖୋଲି ବା ସହ ତୁରନ୍ତ ଡି ବି ଟି ଲିଙ୍କ କରାଯାଉଛି ଏବଂ ପାସ୍ ବହି ଓ ଏଟିଏମ୍ କାର୍ଡ ମଧ୍ୟ ମିଳିପାରିବ। ଆଉ ଲମ୍ବା ସମୟ ଧରି ବ୍ୟାଙ୍କରେ ଛିଡା ହେବାକୁ ପଡିବ ନାହିଁ ତୁରନ୍ତ ସେବା ମିଳିପାରିବ ଜେନେରାଲ ମ୍ୟାନେଜର ଶ୍ରୀ ଦାସ କହିଛନ୍ତି ।
