ବାଜିରାଉତ ଫୁଟବଲ ଟୁର୍ନାମେଣ୍ଟ ଉଦଯାଇପିତ
ବିଷ୍ଣୁ ପ୍ରାସାଦ ସେଠୀ (ଭଞ୍ଜଦୂତ ଖବର)
କାମାକ୍ଷାନଗର, କାମାକ୍ଷାନଗର ସହରର ସାରଙ୍ଗଧର ଷ୍ଟାଡିୟମ ରେ ବାଜିରାଉତ ଫୁଟବଲ ତୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଅନୁଷ୍ଠିତ ଫୁଟବଲ ମ୍ୟାଚ ର ଉଦଘାଟନୀ ଉତ୍ସବରେ ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ମୁଦଳା ଠାକୁର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳ ରେ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ଘଟାଇବା ସକାଶେ ପଦକ୍ଷେପ ନିଆଯାଉଥିବାର ପ୍ରକାଶ କରିଥିଲେ l ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରୀଡାର ଉର୍ନ୍ନତି ସକାଶେ ନେଉଥିବା ବିଭିର୍ନ୍ନ ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା,ଯୁବ ମୋର୍ଚା ର ସାଧାରଣ ସଂପାଦକ ଦୀପକ କୁମାର ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ l ଏହାର ଫାଇନାଲ ମ୍ୟାଚ ରେ କଳାସପୁର ସହିତ ତାରିଣୀପସୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ କଳାସପୁର ବିଜୟ ଲାଭ କରିଥିଲା l ଉଦଯାପନୀ ଉତ୍ସବରେ ସରକାରୀ ଏଜିପି ପବିତ୍ର କୁମାର ବିଶ୍ୱାଳ ଯୋଗଦେଇ ବିଜେତା ଦଳ କୁ ପୁରସ୍କୃତ କରିଥିଲେ l
ଆମେ ଓଡ଼ିଆ ସଂଗଠନ ର ସଂପାଦକ ସଂଗ୍ରାମ ପାତ୍ର ଧନ୍ୟବାଦ ଦେଇଥିଲେ l
