*ବ୍ଯାସକବି ସାଂସ୍କୃତ୍ରିକ ଅନୁଷ୍ଠାନ ୩୨ ତମ ବାର୍ଷିକ ଉତ୍ସବ*
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ସଦର ବ୍ଳକ ମହକୁମା ହଳଦୀପଦା ଖଣ୍ତାହାର ସ୍ଥିତ ବ୍ଯାସକବି ସାଂସ୍କୃତିକ ଅନୁଷ୍ଠାର ୩୨ତମ ବାର୍ଷିକ ଉତ୍ସବ ଆଜି ନିଳକଣ୍ଠେଶ୍ବର ମନ୍ଦିର ପ୍ରାଣଙ୍ଗରେ ଅନୁଷ୍ଠିତ ହୋଇଅଛି। ଅନୁଷ୍ଠାନର ସଭାପତି ମହେନ୍ଦ୍ର ସାହୁ ଙ୍କ ପୌରହିତ୍ଯରେ ମୂଖ୍ଯ ଅତିଥିଭାବେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଲୋକାଭିମୂଖି କାର୍ଯ୍ଯକରି ସଭିଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି ବୋଲି ମତବ୍ଯକ୍ତ କରିଥିଲେ। ମୂଖ୍ଯବକ୍ତା ବିଶିଷ୍ଟ କବି ସର୍ବେଶ୍ବର ଦାସ, ସମ୍ମାନୀତ ଅତିଥି ବିଡିଓ ଉତ୍ତମ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସରପଞ୍ଚ ବରେନ୍ଦ୍ର ସେଠୀ, ଦିଲ୍ଲୀପ କୁମାର ସାହୁ, ଅତିଥି କୁମାର ମହାପାତ୍ର ଯୋଗ ଦେଇ ଅନୁଷ୍ଠାନର ଉନ୍ନତି ପାଇଁ ସମସ୍ତ ମେମ୍ବର ମାନଙ୍କ ଏକମନରେ କାର୍ଯ୍ଯ ସମ୍ପାଦନ କରିବାର ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଥିଲେ। ବ୍ଯାସକବି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୦୨୬ରେ ସମ୍ବଦ୍ଧିତ ହେଲେ ଡ ଭାସ୍କର ଜେନା। ମଞ୍ଚ ଆହ୍ବାନ ଆଦିତ୍ଯ ସାହୁ କରିଥିବା ବେଳେ ଅତିଥି ପରିଚୟ ମନୋଜ କୁମାର ସାହୁ, ସମ୍ପାଦକ ଅନିଲ କୁମାର ସାହୁ, ଭରତ ବାରିକ, ନିତ୍ଯାନନ୍ଦ ସାହୁ, ସାଗର ସାହୁ, ସନ୍ତୋଷ ସାହୁ, ଶୁଭଙ୍କର ସାହୁ, ଶଶିକାନ୍ତ ସାହୁ, ଅମିତାଭ ସାହୁ, ଅଜୟ ଜେନା, ପ୍ରବିଣ ସାହୁ, ତପନ ସାହୁ, ଅଶୋକ ସାହୁ, ମୋନାଲିସା ସାହୁ, କାହ୍ନୁଚରଣ ସାହୁ, ସୁମତୀ ସାହୁ ସମେତ ସମସ୍ତ ସଦସ୍ଯ ସଦସ୍ୟା ଉପସ୍ଥିତ ରହି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ଅନିଲ ସାହୁ ଧନ୍ୟବାଦ ଜଣାଇଥିଲେ।
