
ଭବାନୀପାଟଣା, – ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ ଖେଳ ମନ୍ତ୍ରଣାଳୟ ତରଫରୁ ଅନୁମୋଦିତ ଓ ସିକିକ୍ ରାଜ୍ୟ ସରକାରଙ୍କ ସହଭାଗିତାରେ ଗ୍ୟାଙ୍ଗଟକ୍ଠାରେ ଅନୁଷ୍ଠିତ ହୋଇଥିବା ଅଷ୍ଟମ ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବକୁ ଓଡିଶାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରର ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଏନ୍ଏସ୍ଏସ୍ କାର୍ଯ୍ୟନିର୍ବାହି ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ପ୍ରତିନିଧିତ୍ୱ କରିଛନ୍ତି। ଏହି ଚାରିଦିବସୀୟ ଯୁବ ଉତ୍ସବ ଗତ ମାର୍ଚ୍ଚ ୧୭ ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଭାରତର ୨୧ ଟି ରାଜ୍ୟରୁ ୨୮୦ ଜଣ ପ୍ରତିଯୋଗୀ ଯୋଗଦାନ କରିଥିବା ବେଳେ ଉତ୍ତର ପୂର୍ବଞ୍ଚଳର ସମସ୍ତ ରାଜ୍ୟରୁ ନିଜସ୍ୱ ପ୍ରତିନିଧିତ୍ୱ କରିଥିଲେ। ଏହି ଯୁବ ଉତ୍ସବରେ ସିକିମ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଦଳ ଏବଂ ପ୍ରତାପ ଚନ୍ଦ୍ର ଦାଶଙ୍କୁ ଶୁଭେଚ୍ଛା ଜଣାଇବା ସହ ବିକଶିତ ଭାରତ ପଛରେ ଓଡିଶାର ଯୁବନେତୃତ୍ୱ ସହଭାଗିତାକୁ ପ୍ରଶଂସା କରିଛନ୍ତି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶାଳୟ ତରଫରୁ ଓଡିଶା ଏନ୍ଏସ୍ଏସ୍ ଦଳ ମନୋନୀତ ହୋଇଥିବାରୁ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ, ଯୁବ ଅଫିସର ଅଜିତ୍ ଖୁସ୍ୱା, ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡିଶାରୁ ପ୍ରଥମ ଥର ପାଇଁ ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବକୁ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ କଳାହାଣ୍ଡିରୁ ପ୍ରତିନିଧିତ୍ୱ କରିଥିବାରୁ ଜିଲ୍ଲା ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।