*ପିଙ୍ଗଲ ସରକାରୀ ଉଚ୍ଚ ବିଦ୍ୟାଳୟ ବିବେକାନନ୍ଦ ଜୟନ୍ତୀ ଓ ସ୍ବଦେଶୀ ସଂକଳ୍ପ ଅଭିଯାନ*
ଯାଜପୁର ସୁକିନ୍ଦା ଭଂଜଦୂତ(୧୨/୧): ସୁକିନ୍ଦା ବ୍ଲକ ଅଧିନସ୍ଥ ପିଙ୍ଗଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିବେକାନନ୍ଦ ଜୟନ୍ତୀ ଏବଂ ବନ୍ଦେ ମାତରମ ର 150 ବର୍ଷ ତଥା ସ୍ବଦେଶୀ ସଂକଳ୍ପ ଅଭିଯାନ ପାଳିତ ହୋଇଯାଇଛି |ଅନୁଷ୍ଠାନ କୁ ବୁଲୁ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆର ଏସ ଏସ ସହ କୋଷାଧକ୍ଷ ଦୀପକ ମହାନ୍ତି,ଏନ ଏଚ ଆଇ-୫ (PD) ଇଂ ଜୟପ୍ରକାଶ ଶର୍ମା, ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଦାସ, ପିଙ୍ଗଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଅମରେଶ ପଣ୍ଡା, ପରିଚାଳନା କମିଟି ସଭାପତି ଅଶୋକ ଦାସ, ପୂର୍ବତନ ସଭାପତି ନନ୍ଦ ପ୍ରଧାନ ଯୋଗଦେଇ ମହାମନୀଷୀ ତଥା ରାଷ୍ଟ୍ର ସନ୍ଥ ବିବେକାନନ୍ଦ ଙ୍କ ଜୀବନୀ ଏବଂ ଭାରତ କୁ ବିଶ୍ଵଗୁରୁ କରିବା ପାଇଁ ତାଙ୍କର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ବିବେକାନନ୍ଦ ଙ୍କ ଆଦର୍ଶ ରେ ବର୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁପ୍ରାଣିତ ହୋଇ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ଓ ସବକା ପ୍ରୟାସ ଉପରେ ରାଷ୍ଟ୍ର ପ୍ରତି ସମର୍ପିତ ଭାବନା ରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ | ପିଲା ମାନେ ବିବେକାନନ୍ଦ ଙ୍କ ଜୀବନୀ ପଢି ତାଙ୍କର ଉପଦେଶ କୁ କାୟ ମନ ବାକ୍ୟ ରେ ପାଳନ କଲେ ନିଶ୍ଚିତ ଭାବେ ନିଜର ବିକାଶ ସହ ରାଷ୍ଟ୍ର ର ବିକାଶ ହୋଇ ପାରିବ ବୋଲି କହିଥିଲେ | ଆମର ବେଶ ଭୁଷା, ଭାଷା, ଶିକ୍ଷା, ଚଳଣି, ସଂକୃତି, ପରମ୍ପରା, ସଂସ୍କାର ବ୍ୟବସାୟ ସବୁ କ୍ଷେତ୍ରରେ ସ୍ବଦେଶୀ ହେବା ଉଚିତ ବୋଲି ପ୍ରକାଶ କରିଥିଲେ | ବିଦ୍ୟାଳୟ ର ଶିକ୍ଷକ ଙ୍କ ସମେତ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |
