ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କନ୍ତୁର ୧୯୯୭ ବ୍ୟାଚ୍ ର ବନ୍ଧୁ ମିଳନ |
ରିପୋର୍ଟର : (ସତ୍ୟବାଦୀ ସେଠୀ, ଗୋକୁଳାନନ୍ଦ ବେହେରା)
ଭଗବାନ ଏ ସଂସାରରେ ଅନେକ ପ୍ରକାରର ସମ୍ପର୍କ ସୃଷ୍ଟି କରିଛନ୍ତି । ଏହି ସମ୍ପର୍କ ମଧ୍ୟରେ ସବୁଠାରୁ ଭଲ ସମ୍ପର୍କ ବନ୍ଧୁତା । ପ୍ରକୃତ ବନ୍ଧୁ ଯେ’ ତୁମ ଅତୀତକୁ ବୁଝେ ଓ ଆସନ୍ତା କାଲିକୁ ବିଶ୍ୱାସ କରାଯାଏ । ଦୁଃଖ ସମୟରେ ବିନା ନିମନ୍ତ୍ରଣ ରେ ପହିଚି ଥାଏ।ଜୀବନରେ ଅନେକ ସାଥି ମିଳନ୍ତି ହେଲେ ବନ୍ଧୁତ୍ୱ ଅର୍ଥ ନିଆରା । ଭଲ ବନ୍ଧୁ ଟିଏ ଥିଲେ, ଯେତେ ସମସ୍ୟା ଥିଲେ ମଧ୍ୟ ତାହା ଆପେ ଆପେ ସମାଧାନ ହୋଇଯାଏ l
ସେହି ପରି ଆଜି ଏକ ଅପୁର୍ବ ମୁହୁର୍ତ୍ତ । ପରଜଙ୍ଗ ବ୍ଲକ୍ କନ୍ତୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୧୯୯୭ ବ୍ୟାଚ୍ ର ଛାତ୍ର ଛାତ୍ରୀ ମାନେ ସବୁବର୍ଷ ପରି ଏବର୍ଷ ମଧ୍ୟ ପାରିବାରିକ ବନ୍ଧୁମିଳନ ସହ ଭୂଜି ର ଆସର ‘କାର୍ଯ୍ୟକ୍ରମ , କନ୍ଦରସିଂହା ପଞ୍ଚାୟତ ନୁଆଁ ଗାଆଁ ବ୍ରହ୍ମଣୀ ନଦୀ ତଟ ରେଳପୋଲ ପାଖ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ।ପିଲା ଦିନର ବନ୍ଧୁ ମାନଙ୍କୁ ପାଖରେ ପାଇ ଓ ପିଲାଦିନର ସ୍ମୃତିକୁ ମନେ ପକାଇ ସମସ୍ତଙ୍କ ମନରେ ଆନନ୍ଦର ଶିହରଣ ଖେଳିଗଲା କୌଣଷି କାରଣରୁ କିଛି ସାଙ୍ଗ ଉକ୍ତ ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇ ପାରିନଥିଲେ, ଅନୁପସ୍ଥିତ ବନ୍ଧୁଙ୍କୁ ନଦେଖି ଉପସ୍ଥିତ ସାଙ୍ଗ ମାନେ ମନ କଷ୍ଟ କରିଥିଲେ । ଏଥିବାଦ୍ ପଡିନାହିଁ।ସୃତିକୁ ସାଇତି ରଖବା ପାଇଁ ନିଜ ନିଜ ମୋବାଇଲ୍ ମାଧ୍ୟମରେ ଫଟୋ ଉଠାଇ ଥିଲେ । ନଦୀ ପରବର୍ତ୍ତୀ ପାଶ୍ୱର୍ରେ କମଳାଙ୍ଗ ମେଳା ଓ ମନ୍ଦୀର ଦର୍ଶନ ମଧ୍ୟ ଏକ ନିଆର ଅନୁଭୁତି ସାଉଁଟି ଥିଲେ ସମସ୍ତ ବନ୍ଧୁ ଓ ପରିବାର ବର୍ଗ l ରେଳ ଧାରଣା ରେ ଯିବା ସମୟରେ ସାହିତ୍ୟ ବହିର ଲୌହ ମାନବ କଥା ମନରେ ଉଙ୍କି ମାରିଥିଲା ।ସବୁବର୍ଷ ପରି ଏବର୍ଷ ବନ୍ଧୁ ମିଳନର ସଫଳତା ର ସମସ୍ତ ଶ୍ରେୟ ଶୁରେଶ ଦେହରୁ ଙ୍କୁ ଦିଆଯାଇଥିଲା।
