ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ
ଭବାନୀପାଟଣ :(କିଶନ ଶର୍ମା)- ୧୨/୧ -ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ଜାତୀୟ ଯୁବ ଦିବସ-୨୦୨୬ ପାଳିତ ହୋଇଯାଇଅଛି। ଏହି ବର୍ଷର ଶୀର୍ଷକ ‘ନିଜକୁ ଆନ୍ଦୋଳିତ କର ଏବଂ ସମାଜକୁ ପ୍ରଭାବିତ କର’ ଉପରେ ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ବିକଶିତ ଭାରତରେ ଯୁବକମାନଙ୍କ ଆହ୍ୱାନ ଏବଂ ସମର୍ପିତ ଚିନ୍ତନକୁ ନେଇ ନିଜରମତ ଉପସ୍ଥାପନ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଯୁବ ଶକ୍ତିକୁ ଉଚିତ୍ ମାର୍ଗରେ ବିନିଯୋଗ କରି ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରିବା ପରିପ୍ରେକ୍ଷୀରେ ଯୁବକମାନଙ୍କୁ ସଚେତନ କରାଇଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ, ଫାଲଗୁନୀ ପ୍ରଧାନୀ, ପୁରୀତ ରଣା, ମିନୀକେତନ ସାହୁ, ମିକୁ ମିକ୍ସ ନିଆଲ, ମନ୍ଦାକିନୀ ପ୍ରଧାନ, ଅନୁକୁଲ ସାହାଣି ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମୁଦାୟ ୧୧୦ ଜଣ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।
