*ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସଵ ତଥା ଜାତୀୟ ଯୁବ ଦିବସ ପାଳିତ* ଭବାନୀପାଟଣା : (କିଶନ ଶର୍ମା)-ତା ୧୨/୦୧/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ୨୨ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି | ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ସଭାପତିତ୍ୱ କରିଥିଲେ ଶିକ୍ଷାବିତ୍ ବ୍ରହ୍ମାନନ୍ଦ ସାମଲ, ପ୍ରଦୀପ କୁମାର ସାହୁ, ଶିବ ପ୍ରସାଦ,ଆଶୁତୋଷ ପାତ୍ର, ନାସନାଲ ଚେସ ଅରବିଟେର ରବୀନ୍ଦ୍ର ସାହୁ, ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ସମେତ ସମ୍ନାନିତ ଅତିଥି ରୂପେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ଙ୍କ ନୀତି ଆଦର୍ଶ ତଥା ରାଷ୍ଟ୍ରଗଠନ ରେ ଛାତ୍ରଛାତ୍ରୀ ନିଜକୁ ନିୟୋଜିତ କରିବା କୁ ଉଦବୋଧନ ଦେଇଥିଲେ | ସ୍କୁଲ ର ମୁଖପତ୍ର ” ସ୍ୱାଭିମାନ “ଅତିଥିମାନଙ୍କ ଦ୍ୱାରା ଉନ୍ମୋଚତ ହୋଇଥିଲା | “ବନ୍ଦେ ମାତରମ” ଗାନ ସହ ସଭା ଆରମ୍ବ ହୋଇଥିଲା | ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ସାଙ୍ଗ ହୋଇଥିଲା |
