କୁଣ୍ଡୁର୍ଣାଳ ଯୋଡ଼ାଏସ ଭି ଏମ ବିଦ୍ୟାଳୟ ର ଟପ୍ପର ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ।କେନ୍ଦୁଝର।ଯୋଡ଼ା ତା 10/01/2026 ଯୋଡ଼ା ମ୍ୟୁନିସିପାଲଟି ଅତାର୍ଗତ କୁଡୁରୁନାଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀର ଶିଶୁ ଭାଇଭଉଣୀ, ଯେଉଁମାନେ ଚଳିତ ଶିକ୍ଷାବର୍ଷରେ ହୋଇଥିବା ଅର୍ଦ୍ଧ ବାର୍ଷିକ ପରୀକ୍ଷା ରେ ପ୍ରଥମ,ଦ୍ଵିତୀୟ ଓତୃତୀୟ ସ୍ଥାନରେ ରହିଛନ୍ତି ସେମାନଙ୍କୁ ପ୍ରବୀର ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ସହିତ ଶିକ୍ଷାବର୍ଷ 2024-25ରେ ହୋଇଥିବା ୩ୟ ଶ୍ରେଣୀର ସରକାରୀ ବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଯୋଡ଼ା ବ୍ଲକ ରେ ୧ମ,୨ୟ ଓ୩ୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିବାରୁ ତାଙ୍କୁ ମଧ୍ୟ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।
ଦଶମ ଶ୍ରେଣୀ
୧) ପ୍ରୀତିମୟୀ ଗିରି (୧ମ)
୨) ଟିକେଶ୍ୱର ମହାନ୍ତ (୨ୟ)
୩) ଚନ୍ଦନ ମହାନ୍ତ। (୩ୟ)
ନବମ ଶ୍ରେଣୀ-:
୧) ତ୍ରିନାଥ ମହାନ୍ତ(୧ମ)
୨) ରୂପାଲି କୁମାରୀ ପ୍ରଧାନ (୨ୟ)
୩) ସିଦ୍ଧିପ୍ରଦା ତ୍ରିପାଠୀ (୩ୟ)
୩ୟ ଶ୍ରେଣୀ:-
୧) ଆଦିତ୍ୟ ଜେନା (୧ମ)
୨) ମଧୁପର୍ଣ୍ଣା ସାହୁ (୨ୟ)
୩) ଶୈଳେନ୍ଦ୍ରୀ ମହାନ୍ତ(୩ୟ)
ଭକ୍ତ ସମ୍ବର୍ଦ୍ଧନା ସଭାରେ ଯୋଡାବ୍ଲକର CRC ମାନନୀୟ ଶ୍ରୀଯୁକ୍ତ ଚିତ୍ରସେନ ପ୍ରଧାନ ମହୋଦୟ , ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଅଜୟ ଗୋପାଳ ଦାଶ ମହୋଦୟ , ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ ଭଗବାନ ବର୍ଦ୍ଧନ ମହୋଦୟ ଯୋଗଦେଇଥିଲେ। ତତ୍ ସହିତ କ୍ରମାଗତ ପ୍ରବୀର ସମ୍ମାନ ପ୍ରଦାନ କରିଆସୁଥିବା ଶୁଭେଚ୍ଛୁ ଅଭିଭାବିକା ଶ୍ରୀମତୀ ପ୍ରଜ୍ଞା ପରମିତା ନାୟକ ଉପସ୍ଥିତ ରହି ପୁରସ୍କାର ରାଶି ପ୍ରଦାନକରିବା ସହ ଶିଶୁମାନଙ୍କ ମନରେ ପାଠ ପଢ଼ା ନାମନ୍ତେ ଉତ୍ସାହ ଭରି ଆମ ପାଇଁ ଚିରନମସ୍ୟା ସାଜିଛନ୍ତି।
