ବିଲୁପ୍ତି ହେବାକୁ ଯାଉଛି ଜୁଳୁଜୁଳୁଆ ପୋକ ।
କଙ୍କଡ଼ାହାଡ଼(ରିପୋର୍ଟ ଧର୍ମାନନ୍ଦ ସେଠି)
ମେଘ ଅନ୍ଧାର ରାତିରେ ବିଭିନ୍ନ ଗାଁ ରାସ୍ତାରେ ଗଲାବେଳେ ରାସ୍ତାକଡ଼ ଗଛରେ ଜୁଳୁଜୁଳିଆ ପୋକ ଯେଉଁ ଆଲୋକ ପ୍ରଦାନ କରନ୍ତି ତାହା ରାସ୍ତାର ପାର ହେବାରେ ସହଯୋଗ କରେ। ଅମାବାସ୍ୟା ରାତିରେ ଆକାଶର ତାରାମେଳିକୁ ବଳି ଆଙ୍କଡ଼ା,ନାଗାର୍ଜୁନ,ସିମିଳି,ଆମ୍ବ,ବାଉଁଶ,ଚାକୁଣ୍ଡା ଗଛରେ ହଜାର ସଂଖ୍ୟାର ଜୁଳୁଜୁଳିଆ ପୋକର ଦପ ଦପ ଆଲୋକ ତାରାର ସୃଷ୍ଟି କରେ। ଗାଁ ମୁଣ୍ଡ ପକ୍କାପୋଲ ବାରଣ୍ଡାରେ ବସି ଘଣ୍ଟା ଘଣ୍ଟା ଏହି ଦୃଶ୍ୟ ଦେଖିଲେ ଅତି ସୁନ୍ଦର ଦେଖାଯିବ ସହ ମନ ପୂରିଉଠେ। ଏକ ସକରାତ୍ମକ ଭାବନା ଜାଗ୍ରତ ହୁଏ। ଆମ କବି,ଲେଖକମାନେ ଏହିକ୍ଷୁଦ୍ର କୀଟକୁ ନେଇ ବ୍ୟଙ୍ଗ କରି ନାନା କଥା,ଗୀତ,କବିତା ଲେଖନ୍ତି,ଏହି ଖଦ୍ୟୋତମାନେ ଆମେ କେବେବି ଆକାଶର ତାରକା ସହିତ ସମକକ୍ଷ ନୋହୁଁ। ପ୍ରକୃତି ମାଆର ଅନବଦ୍ୟ ସୃଷ୍ଟି ବୃକ୍ଷଲତାରେ ଆଲୋକ ଦେଖାଇ ତାକୁ ରଙ୍ଗୀନ୍ କରିଦେଉ। ଛୋଟବେଳେ ଏହାକୁ ଧରି କାଚବୋତଲରେ ପୂରାଇ କିଛି ସମୟ ଏହାର ଆଲୋକ ଉପଭୋଗ ପରେ ଉଡ଼ାଇଦେଉ। ଜୁଳୁଜୁଳିଆର ଦପ୍ଦପ୍ ଆଲୋକ ପରପିଢ଼ୀ ଆଉ ଦେଖିବେନି। ଏହାର ଦପ୍ଦପ୍ ଆଲୋକ ଦେଖିବାରେ ଆମେ ହୁଏତ ଶେଷ ପିଢ଼ୀ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି ଜୁଳୁଜୁଳିଆ ପୋକମାନଙ୍କ ଯାଦୁକରା ଦୃଶ୍ୟ ଶୀଘ୍ର ଅତୀତର କାହାଣୀ ହୋଇପାରେ। ‘ଲାମ୍ପାଇରିଡ଼େ’ପରିବାର ଜୁଳୁଜୁଳିଆ ପୋକର ୨,୦୦୦ରୁ ଅଧିକ ପ୍ରଜାତି ରହିଛି। ସେମାନଙ୍କ କିଛି ସାଥୀ ଖୋଜିବା ପାଇଁ ନିଜର କରୁଥିବା ବେଳେ,କିଛି ଆଲୋକ ବ୍ୟବହାର କରୁ ପ୍ରତିରକ୍ଷା ଭାବରେ କିମ୍ବା ଶିକାରକୁ ଆକର୍ଷିତ କରିବା ପାଇଁ ବ୍ୟବହାର କରନ୍ତି। ଉଦାହରଣ ସରୁମାଈ ଫୋଟୁରିସ୍ ଜୁଳୁଜୁଳିଆ ଅନ୍ୟ ଜାତିର ଆଲୋକକୁ ନକଲ କରି ଅଣ୍ଡିରା କୀଟଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଭକ୍ଷଣ କରିଥାନ୍ତି। ପ୍ରତ୍ୟେକ ଜୁଳୁଜୁଳିଆ ଲାର୍ଭ। ଆଲୋକିତ ହେଉଥିବା ବେଳେ ସବୁ ବୟସ୍କ ଆଲୋକ ଉତ୍ପନ୍ନ କରନ୍ତି ନାହିଁ। ଏକ ବର୍ଷିତ ପ୍ରତିକୂଳ ବିଶ୍ବରେ ବଞ୍ଚିବା ସମସ୍ତ ଜାତି ପାଇଁ ଆହ୍ବାନ ପାଲଟିଛି। ଏମାନଙ୍କ ବିଲୁପ୍ତି ପଛରେ ସହରାଞ୍ଚଳ ବିସ୍ତାର ଓ ଶିଳ୍ପ କୃଷି ଜନିତ ବାସସ୍ଥାନ କ୍ଷତି,ଆଲୋକ ପ୍ରଦୂଷଣ,କୀଟନାଶକ ପ୍ରୟୋଗ,ଜଳବାୟୁ ପରିବର୍ତ୍ତନ ଆଦି କାରଣ ଗୁଡ଼ିକ ରହିଛି।
