*ନୂଆପଡା ଜିଲ୍ଲା ପ୍ରେସ କ୍ଳବ ସହ ପରିଚୟ ସମ୍ବଲପୁର ଉଦ୍ୟମ ରେ ମାନସିକ ରୋଗୀଙ୍କୁ ଚିକିତ୍ସା ପାଇଁ ପିପୁଲ୍ସ ଫୋରମ୍ ସୋନପୁର କୁ ସ୍ଥାନାନ୍ତର।*
*
ନୂଆପଡା (ମିଖାଏଲ ନନ୍ଦ)
ତା: ୧୧.୦୧:*
ନୂଆପଡ଼ା ଜିଲ୍ଲା ପ୍ରେସକ୍ଳବ ଉଦ୍ୟମରେ ଜଣେ ମାନସିକ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସହ ନିୟମିତ ଔଷଧ ସେବନ ପାଇଁ ସୋନପୁର ଜିଲ୍ଲାର ପିପୁଲ୍ସ ଫୋରମ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଥାଉକି ମାନସିକ ବିକୃତ ବ୍ୟକ୍ତି ଗତ କିଛି ବର୍ଷ ହେବ ଖଡ଼ିଆଳ ଅଞ୍ଚଳରେ ବୁଲୁ ଥିବା ବେଳେ ତାଙ୍କ ପରିବାର ପକ୍ଷ ରୁ ତାଙ୍କ ଚିକିତ୍ସା ପାଇଁ ଅନେକ ଚେଷ୍ଟା ସତ୍ତ୍ଵେ ସଫଳ ହୋଇନଥିଲେ। ପ୍ରେସକ୍ଲବ ପକ୍ଷରୁ ସମ୍ବଲପୁର ପରିଚୟ ଅନୁଷ୍ଠାନର ସଭାପତି ବିପିନ ବିହାରୀ ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା। ଏହା ପୂର୍ବରୁ ପାଞ୍ଚ ଜଣ ରୋଗୀ ଙ୍କୁ ପଠାଇ ଆରୋଗ୍ୟ ଲାଭ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଆଜି ପଣ୍ଡାଙ୍କ ନେତୃତ୍ୱରେ ପରିଚୟ ଅନୁଷ୍ଠାନର ସଦସ୍ୟ ନାରାୟଣ ପ୍ରଧାନ, ହେମାନନ୍ଦ ଦେହୁରୀ ଆସି ଉକ୍ତ ମାନସିକ ବିକୃତ ଥିବା ଯୁବକଙ୍କୁ ଉଦ୍ଧାର ସହ ତାର ବାଲ କାଟିବା, ସାହ୍ନ କରି ନୂତନ ବସ୍ତ୍ର ପରିଧାନ କରାଇଥିଲେ।। ପରେ ତାଙ୍କୁ କାରରେ ସୋନପୁର ପିପୁଲ୍ସ ଫୋରମ ଅନୁଷ୍ଠାନକୁ ନେଇଯାଇଥିଲେ। ମାନସିକ ବିକୃତ ଯୁବକ ଙ୍କୁ ନେଲା ସମୟରେ ନୂଆପଡ଼ା ଜିଲ୍ଲା ପ୍ରେସକ୍ଳବ ସଭାପତି ପରମେଶ୍ବର ବାରିକ, ସମ୍ପାଦକ ତପନ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ପ୍ରେସକ୍ଲବ ପରାମର୍ଶ ଦାତା ତଥା ବରିଷ୍ଠ ଆଇନଯିବୀ ଚିତ୍ତରଞ୍ଜନ ସିଂ ଦେଓ, ସଂଗଠକ କୁନାଲ ଚରଣ ବେହେରା, ସଦସ୍ୟ ବାପିନା ସାହୁ, ସାମାଜିକ କର୍ମୀ ଉମାକାନ୍ତ ରାଉତରାୟ, ନିଲାଞ୍ଚାଳ ଦଣ୍ଡସେନା,ସତ୍ୟବ୍ରତ ଦଣ୍ଡସେନା, ଶିକ୍ଷାବିତ ସନତ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ସମ୍ବଲପୁରର ପରିଚୟ ଅନୁଷ୍ଠାନର ସଭାପତି ଆଗରୁ ଖଡ଼ିଆଳ ଅଞ୍ଚଳର ଦୁଇଜଣ ଓ ଛତିଶଗଡ଼ ରାଜ୍ୟ ଦେଓଭୋଗ ବ୍ଲକର ଗିରସୁଲ ଗ୍ରାମର ଜଣେ ମହିଳା ମାନସିକ ରୋଗୀଙ୍କୁ ଭଲ କରିଥିବା ଜଣା ପଡିଛି।
