*ଜାତୀୟ ଆଇ.ଟି.ଏଫ୍ ତାଏକୋଣ୍ଡୋ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା*
ଭବାନୀପାଟଣା, (କିଶନ ଶର୍ମା )-ଡିସେମ୍ବର ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଗୁଜରାଟ୍ର ଅହମଦାବାଦ୍ର କୋବାସ୍ଥିତ ପ୍ରେକ୍ଷାଧ୍ୟାନ ଏକାଡେମିରେ ୪୦ ତମ ଜାତୀୟ ଆଇ.ଟି.ଏଫ୍ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ସର୍ବମୋଟ ୨୮ ଜଣ ଏବଂ କଳାହାଣ୍ଡିରୁ ୧୦ ଟି ପ୍ରତିଯୋଗି ଓଡ଼ିଶା ମୁଖ୍ୟ
ଶ୍ରୀ ସେଖ୍ ମୁନାୱର୍ଙ୍କ ତତ୍ତ୍ୱାବଧାନରେ ଭାଗ ନେଇଥିଲେ। ଏଥିରେ ଓଡ଼ିଶାରୁ ସର୍ବମୋଟ ୧୮ ଟି ମେଡାଲ, ସେ ମଧ୍ୟରୁ କଳାହାଣ୍ଡିର ପ୍ରତିଯୋଗି ୫ ଟି ମେଡାଲ ପାଇ ସଫଳତାର ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଦକ ତାଲିକାରେ ବ୍ୟକ୍ତିଗତ ତୁଲ୍ ବା ପାର୍ଟନରେ କଲର ବେଲ୍ଟରେ ଦୟା ରାଉତ୍ ରୌପ୍ୟ ପଦକ। ବ୍ୟକ୍ତିଗତ ବ୍ଲାକ୍ବେଲ୍ଟ ତୁଲରେ ୧ମ ଡାନ୍ରୁ ୩ୟ ଡାନ୍ରେ ସେଖ୍ ମୁନୱର୍ ବ୍ରୋଞ୍ଚ ପଦକ, ସେହିପରି ବ୍ୟକ୍ତିଗତ ସ୍ପାରିଙ୍ଗରେ ବାଳିକା ବିଭାଗ ୧୧-୧୩ ବର୍ଷ ବର୍ଗରେ ରିଧି ସାହୁ ବ୍ରୋଞ୍ଚ ପଦକ, ବାଳକ ବର୍ଗରେ ୮-୧୦ ବର୍ଗ ଏବଂ ୪୦-୪୫ କେଜି ବର୍ଗରେ ସୋମନାଥ ମହାପାତ୍ର ବ୍ରୋଞ୍ଚ ପଦକ ଏବଂ ବ୍ଲାକ୍ବେଲ୍ଟ ୧ମ ଡାନ୍ରୁ ୩ୟ ଡାନ୍ ଏବଂ ୩୫ ବର୍ଷ ଉର୍ଦ୍ଧ୍ୱ ବର୍ଗରେ ସେଖ୍ ମୁନୱର୍ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି।
ଏହି ପ୍ରତିଯୋଗିତାରେ ସର୍ବଭାରତରୁ ସର୍ବମୋଟ ୬୭୧ ପ୍ରତିଯୋଗି ଭାଗ ନେଇଥିଲେ ଏବଂ ଏହା ତାଏକୋଣ୍ଡୋ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ତାଏକୋଣ୍ଡୋ ଫାଇଟର୍ସ ଆସୋସିଏସନ୍ ଅଫ୍ ଗୁଜ୍ରାଟ ଦ୍ୱାରା ଆୟୋଜନ କରାଯାଇଥିଲା।
ସମ୍ପାଦକ
କଳାହାଣ୍ଡି ତାଏକୋଣ୍ଡୋ ଆସୋସିଏସନ
ଭବାନୀପାଟଣା
