ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ।
କାମାକ୍ଷାନଗର –
କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ‘ସଂକଳ୍ପ’ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଉଦ୍ଘାଟକ ଓ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଉତ୍ସବର ନାମ ସଂକଳ୍ପ ରଖିଥିବାରୁ ଅତ୍ୟନ୍ତ ଆନନ୍ଦିତ ହେବା ସହ ଉକ୍ତ ବିଦ୍ୟାଳୟ ରେ ଥିବା ସମସ୍ତ ଶୈକ୍ଷିକ ସୁବିଧା କୁ ଉପଯୋଗ କରି ଜିଲ୍ଲା ରେ ବିଦ୍ୟାଳୟ ଟି ଶ୍ରେଷ୍ଟ ବିଦ୍ୟାଳୟ ର ମାନ୍ୟତା ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପଲଟିଛି ବୋଲି ମତପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ରୂପେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ର ସି ଓ ରାଜଲଷ୍ମୀ ଦାଶ , ଢେଙ୍କାନାଳ ଜିଲ୍ଲା ଭାଜପା ର ଜିଲ୍ଲା ସଭାପତି ରାସ ବିହାରୀ ବେହେରା ଯୋଗଦେଇ ବିଦ୍ୟାଳୟ ର ଶୈକ୍ଷିକ ପରିବେଶ କୁ ପ୍ରସଂସା କରିଥିଲେ । ବିଦ୍ୟାଳୟ କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଯେପରିକି ଏହା ରାଜ୍ୟରେ ଏକ ନମ୍ବର ବିଦ୍ୟାଳୟ ରୂପେ ପରିଗଣିତ ହୋଇପାରିବ ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ କାମାକ୍ଷାନଗର ବି ଡି ଓ ପ୍ରଭୂକଲ୍ୟାଣ ଦାସ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ରିୟ ବିଶ୍ଵାଳ ,ଶିକ୍ଷାବିତ ଲୋକନାଥ ଷଡ଼ଙ୍ଗୀ , ଶିକ୍ଷାବିତ କୈଳାଶ ଚନ୍ଦ୍ର ପୃଷ୍ଟି , ଶିକ୍ଷାବିତ ଡକ୍ଟର ପ୍ରଫୁଲ୍ଲ କୁମାର ପାଣି , ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସ , ବ୍ଲକ ନୋଡାଲ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା , ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ସଭାଗୃହଟି ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା ।
। ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁରେଶ କୁମାର ବିଶାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ କବିତା ରାଉତ , ସୁମିତ୍ରା ଜେନା , ପ୍ରଭାତୀ ସାହୁ , ଧ୍ରୁବଚରଣ ସୁନ୍ଦରାୟ,ବାନାର୍ଜୀ ମହାନ୍ତି , ସମରେନ୍ଦ୍ର ନାୟକ ପ୍ରମୂଖ ପରିଚାଳନା କରିଥିଲେ । ଶିକ୍ଷକ ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ପ୍ରହଲ୍ଲାଦ ସାହୁ , କୈଳାଶ ଚନ୍ଦ୍ର ବିଶ୍ଵାଳ ପରିଚାଳନାରେ ସହଯୋଗ କରିଥିଲେ । ନାଟ୍ୟକାର ଦିନେସ ଦାସ ଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଦୌଡ଼ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିଲା । ଶିକ୍ଷକ ନିର୍ମଳ କୁମାର ମହାନ୍ତି ଙ୍କ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା । ଶିକ୍ଷକ ବସନ୍ତ ସାହୁ , ଚିତ୍ତରଞ୍ଜନ ବିଶ୍ଵାଳ , ଆକାଶ ରାଉତ , ରାଜେଶ ସାହୁ , ପ୍ରଶାନ୍ତ ବେହେରା , ଶିକ୍ଷୟିତ୍ରୀ ଗୀତା ମହାପାତ୍ର , ପ୍ରୀତିପ୍ରିୟମ୍ବଦା ପରିଡା , ରୋଜାଲୀନ ପତି , ଜୟସ୍ମିତା ରାଉତ , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ , ପ୍ରଶାନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
