*ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଶୋକସଭା ଅନୁଷ୍ଠିତ, ଗଭୀର ଶ୍ରଦ୍ଧାଞ୍ଜଳୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୮.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଶୋକସଭା ଅନୁଷ୍ଠିତ, ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶୋକ ସଭାରେ ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଇତିହାସ i ପତ୍ନତତ୍ୱିକ ବିଷୟ ରେ ଅଗାଢ ଜ୍ଞାନ ସହ ପାରଦର୍ଶିତା ହାସଲ ଥିଲା। ସମାଜ ପ୍ରତି ତାଙ୍କ ଅବଦାନ, ଜଣେ ସରଳ, ନିଷ୍କପଟ, ଏବଂ ଅମାୟିକ ବ୍ୟକ୍ତିତ୍ଵ ଅଟନ୍ତି। ତାଙ୍କ ଆତ୍ମା ସଦଗତି କାମନା କରିବା ସହ ଖଡିଆଳ ପାଇଁ ଅପୂରଣୀୟ କ୍ଷତି ଅଟେ ବୋଲି ଉପସ୍ଥିତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମତବ୍ୟକ୍ତ କରିଥିଲେ । ଏନ୍ ଏ ସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।
