ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ।
ବିଞ୍ଝାରପୁର ୭/୧(ଭଂଜଦୂତ :ନିପ୍ର )ରିପୋର୍ଟର :-ଉତ୍ତମ କୁମାର ଦାସ
ବିଂଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାୟତ ଅଧିନସ୍ଥ ବଡପାଳ ଜଗନ୍ନାଥ ପରିସରରେ ଔପନ୍ୟାସିକ ଜଗନ୍ନାଥ ଧଳଙ୍କ ରଚିତ ପୁସ୍ତକ ମୋ ପ୍ରଭୁ ବରୁଣେଶ୍ବର, ଛନ୍ଦ ଧୁରନ୍ଧର କବି ତ୍ରିଲୋଚନ ପତିଙ୍କ ରଚିତ ଖଣ୍ଡକାବ୍ୟ ଉର୍ବଶୀ ପୁରୁରବା ଓ ପ୍ରାଣକୃଷ୍ଣ ସାହୁଙ୍କ ରଚିତ ପୁସ୍ତକ ଏ ଯୁଗର ସାବିତ୍ରୀ। ବିରଜାରତ୍ନ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ଅଜୟ କୁମାର ଓଝା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ପଦ୍ମାକର ଗୁରୁ ମୂଖ୍ୟବକ୍ତା, ବୈଲୋଚନ ଜେନା ସମ୍ମାନିତ ବକ୍ତା, ପଣ୍ଡିତ ନକୁଳ ଚରଣ ନାଥଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ପ୍ରଶାନ୍ତ ରାଉତରାୟ ସ୍ବାଗତ ଭାଷଣଦେଇଥିଲା ବେଳେ ସାର ନଟବର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସର୍ବଶ୍ରୀ ହରେକୃଷ୍ଣ ପାଣିଗ୍ରାହୀ, ବୃନ୍ଦାବନ ସୁତାର, ସରୋଜ ମଲିକ, ପ୍ରମୋଦ ସାମଲ, ପୁରୁଷୋତ୍ତମ ବେହେରା, ନବକିଶୋର ଦାସ, ଦେବି ପ୍ରସନ୍ନ ଧଳଙ୍କ ସହିତ ବହୁଜ୍ଞାନି ଗୁଣୀବ୍ୟକ୍ତି ଯୋଗଦେଇଥିଲେ। ଅଧ୍ୟାପିକା ପ୍ରମିଳା ବାଇ, ଶିକ୍ଷୟିତ୍ରୀ ସରସ୍ୱତୀ ଧଳ, ପାଠକ ଜନ୍ମେଜୟ ସାମଲ, ପାଠକ ପ୍ରମୋଦ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରୀମତୀ ପ୍ରଭାତୀ ଓଝାଙ୍କୁ ବିଶେଷ ଅତିଥି ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ବିଦ୍ୟାସାଗର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
