ଦିବଂଗତ ସାମ୍ୱାଦିକ ସ୍ମୃତି କମିଟି ପକ୍ଷରୁ ଶୋକ ସଭା :
ବାଲେଶ୍ୱର ସ୍ୱ.ପ୍ର. ଆଜି ବାଲେଶ୍ୱର ସାମ୍ୱାଦିକ ପ୍ରୋକଷ୍ଠରେ ଦିବଂଗତ ସାମ୍ୱାଦିକ ସ୍ମୃତି କମିଟି ବାଲେଶ୍ୱର ପକ୍ଷରୁ କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଶୁଭଙ୍କର ପିରୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ସୂଚନା ଓ ଲୋକସଂପର୍କ ଅଧିକାରୀ ବୁଦ୍ଧନ ହେମ୍ବ୍ରମ୍ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଗୋପୀ କ୍ରିଷ୍ଣା ମହାନ୍ତି, ଭଗବାନ ଚନ୍ଦ୍ର ଦାସ, ପ୍ରଦୀପ କୁମାର ବେରା, ପଦ୍ମଲୋଚନ ଦତ୍ତ, ପୁରୁଷୋତ୍ତମ ସେଠୀ, ଗଗନ କୁମାର ସେଠୀ, ଶରତ କୁମାର ବାରିକ, ବାସୁଦେବ ରାଓଳ, ସନ୍ଦିପ୍ତ୍ତ ଦାସ, ସଞ୍ଜୟ କୁମାର ମଲଲି, କାର୍ତ୍ତିକ ଚନ୍ଦ୍ର ବେହେରା, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶୁଭଙ୍କର ପିରୀଙ୍କ ପାରଦର୍ଶିତା ସମ୍ପର୍କରେ ବଖାଣିବା ସହ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ନିକଟରେ ପିପିଲି ମଙ୍ଗଳପୁର ଅଞ୍ଚଳରେ କାର୍ଯ୍ୟରତ ନ୍ୟୁଜ୍ 7 ର କାର୍ଯ୍ୟରତ ସାମ୍ୱାଦିକା ଶିଲା ପଟ୍ଟନାୟକ ଓ ତାଙ୍କର ସହ ବାନ୍ଧବୀ ଶିପିକ ନାୟକଙ୍କ ସଡ଼କ ଦୁର୍ଘଟଣାର ମୃତ୍ୟୁ ଯୋଗୁଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଗୃହପାଳିତ ପଶୁ ସେବା କ୍ଷେତ୍ରରେ ମାଳତୀ କିଷ୍କୁ ଏବଂ ସମାଜ ସେବା କ୍ଷେତ୍ରରେ ଗୌରାଙ୍ଗ ଚନ୍ଦ୍ର ପାଣଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଥର ପାଇଁ ଦିବଂଗତ ସାମ୍ୱାଦିକ ସ୍ମୃତି କମିଟି ପକ୍ଷରୁ ଚିକିତ୍ସା ପାଇଁ ବାସୁଦେବ ରାଉଳଙ୍କୁ ପାଞ୍ଚ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ଶେଷରେ କଞ୍ଜମନି ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
