ପାକଟିଆ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ଉ.ପ୍ରା. ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ
————————————
ତା/୦୭/୦୧/୨୦୨୬;(ନି.ପ୍ର): ସାରସକଣା: ଅନିଲ କୁମାର ସାହୁ:ସାରସକଣା ବ୍ଲକ ଅନ୍ତର୍ଗତ ପାକଟିଆ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ଉ.ପ୍ରା. ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା। ସମ୍ମାନୀୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା,ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସାୟ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରାଜା ମହାନ୍ତି ଙ୍କ ସହିତ ଅନେକ ସ୍ଥାନୀୟ ଜନତାଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଗଲା। ଆଜି ଶୁଭାରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ।ପିଲା ମାନଙ୍କ ପାଠ ପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନାର ଲକ୍ଷ୍ୟ ଏବଂ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଏହା ଏକ ମାଇଲ ଖୁଣ୍ଟ ରୂପେ ପରିଚିତ ହେବ | ଉଞ୍ଜଦୁତ ଖବର।
