କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୁଡ଼ ହାଣ୍ଡି ମଞ୍ଚ ପରିସରରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଆମପାଣି ବୁଡ଼ା ରଜା ମନ୍ଦିର ନିକଟରୁ ମଶାଲ ଶୋଭାଯାତ୍ରା ବାହାରି କୋକସରା ଠାରେ ପହଞ୍ଚି ଥିଲା ଓ ବଡ଼ ଧୁମ ଧାମ ସହ ସ୍ୱାଗତ କରି ଉଦଘାଟନୀ ଗୁଡ଼ ହାଣ୍ଡି ମଞ୍ଚ କୁ ନିଆ ଯାଇଥିଲା l ଏଠାରେ କୋକସରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ରିତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ କୁମାର ଅଗ୍ରୱାଲ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ତ୍ରିନାଥ ବାଗ, ଓ ସମିତି ସଭ୍ୟ ସଭାପତି ଘନଶ୍ୱାମ ନାୟକ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ କୋକସରା ଥାନା ଭାରପ୍ରାପ୍ତ ଅଧିକାରୀ ଓ ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ବିଭିନ୍ନ ଗ୍ରାମପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ଅନେକ ଗ୍ରାମ ରୁ ହଜାର ହଜାର ସଂଖ୍ୟା ରେ ଲୋକ ମାନେ ଯୋଗ ଦାନ କରିଥିଲେ l କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକଗୀତ, ଲୋକନୃତ୍ୟ ଓ ପରମ୍ପରା ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ ।
