*ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ନୂଆପଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ସ୍ବାଗତ ଖଡିଆଳ ଠାରେ ସ୍ବାଗତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୭.୦୧.
ଓଡ଼ିଶା ମାଟିର ଶିଳ୍ପ ସହର ରାଉରକେଲା ଠାରୁ ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ବାହାରି ଅଯୋଧ୍ୟା ଶ୍ରୀରାମ ମନ୍ଦିର ରେ ପହଞ୍ଚିବ। ଆସନ୍ତା ୨୨ ଜାନୁଆରୀ ରେ ଅଯୋଧ୍ୟା ରେ ପଞ୍ଚିବା ଲକ୍ଷ ରହିଅଛି। ଆଜି ୭ ଜାନୁଆରୀ ରେ ନୂଆପଡା ରୁ ଭବାନୀପାଟଣା ଯିବା କାର୍ଯ୍ୟକ୍ରମ ରହିଅଛି। ଖଡିଆଳ ଠାରେ କୋଶଲେଶ୍ୱର ମନ୍ଦିର ରୁ ଏକ ଭବ୍ୟ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରି ବିପୁଳ ସମ୍ବର୍ଦ୍ଧନା ସହ ସମସ୍ତ ନାଗରିକ ଜୟ ଶ୍ରୀରାମ ଙ୍କ ଧ୍ଵନି ରେ ପ୍ରକମ୍ପିତ ହୋଇ ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା ରେ ସାମିଲ ହୋଇଥିଲେ। ଭବ୍ୟ ଏବଂ ଦିବ୍ୟ ଯାତ୍ରା ରେ ବାହାରି ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇ ନିଜ ଅଞ୍ଚଳ ରୁ ପଠାଇଛନ୍ତି।
