*ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ନୂଆପଡ଼ା ଜିଲ୍ଲା ରେ ବାବୁ ସ୍ବାଗତ, ଆସନ୍ତା କାଲି ଖଡିଆଳ ଠାରେ ସ୍ବାଗତ କାର୍ଯ୍ୟକ୍ରମ,* ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୧.
ଓଡ଼ିଶା ମାଟିର ଶିଳ୍ପ ସହର ରାଉରକେଲା ଠାରୁ ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ବାହାରି ଅଯୋଧ୍ୟା ଶ୍ରୀରାମ କୁ ପହଞ୍ଚିବ। ଆସନ୍ତା ୨୨ ଜାନୁଆରୀ ରେ ଅଯୋଧ୍ୟା ରେ ପଞ୍ଚିବା ଲକ୍ଷ ରହିଅଛି।ଆସନ୍ତା କାଲି ୭ ଜାନୁଆରୀ ରେ ନୂଆପଡା ରୁ ଭବାନୀପାଟଣା ଯିବା କାର୍ଯ୍ୟକ୍ରମ ରହିଅଛି। ଖଡିଆଳ ଠାରେ ଦିନ ୧୨ ଘଣ୍ଟା ସମୟ ରେ କୋଶଲେଶ୍ୱର ମନ୍ଦିର ରୁ ଏକ ଭବ୍ୟ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିବ। ସମସ୍ତ ନାଗରିକ ଙ୍କୁ ଏହି ଶ୍ରୀରାମ ଙ୍କ ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା ରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି। ଏଣୁ କରି ସମସ୍ତ ଙ୍କୁ ଅନୁରୋଧ ଏହି ଭବ୍ୟ ଏବଂ ଦିବ୍ୟ ଯାତ୍ରା ରେ ବାହାରି ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇ ନିଜ ଅଞ୍ଚଳ ରୁ ପଠାଇବାକୁ ଅନୁରୋଧ।
