ସରକାରୀ ଓକିଲ ଭାବେ ନିଯୁକ୍ତ ହେଲେ ରାଜେନ୍ଦ୍ର ପ୍ରସାଦ ବୈଠାରୁ।
ରେଢ଼ାଖୋଲ ୬/୧(ଭଂଜଦୂତ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ବୈଠାରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଭାଗୀୟ ଅଦାଲତରେ ରାଜ୍ୟ ସରକାର ପକ୍ଷରୁ ସ୍ପେଶିୟାଲ ପବ୍ଲିକ ପ୍ରସିକୁଟର ଭାବେ ନିଯୁକ୍ତ ହୋଇଛନ୍ତି। ଦୀର୍ଘ ୧୮ ବର୍ଷ ହେଲା ରେଢ଼ାଖୋଲ କୋର୍ଟରେ ରାଜେନ୍ଦ୍ର ପ୍ରସାଦ ବୈଠାରୁ କାର୍ଯ୍ୟରତ ରହି ଆସିଛନ୍ତି। ୧୯୯୫ ମସିହାରୁ ଛାତ୍ର ନେତା ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ବିଭିନ୍ନ ସଂଗଠନର ସକ୍ରିୟ ସଦସ୍ୟ ରହିଛନ୍ତି। ଛାତ୍ର ନେତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏତତ୍ ବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସାଂସ୍କୃତିକ ଅନୁଷ୍ଠାନର ବିଭିନ୍ନ ପଦ ପଦବୀରେ ରହି ଆସିଛନ୍ତି। ରେଢ଼ାଖୋଲ ଅଞ୍ଚଳରେ ଦୀର୍ଘ ୨୫ ବର୍ଷପରେ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାର ପକ୍ଷରୁ ସରକାରୀ ଓକିଲ ଭାବେ ନିଯୁକ୍ତ ପରେ ରେଢ଼ାଖୋଲ ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି। ସରକାରୀ ଓକିଲ ନିଯୁକ୍ତି ସୂଚନା ମିଳିବା ପରେ ସହରର ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏ ନେଇ ରାଜେନ୍ଦ୍ର ପ୍ରସାଦ ବୈଠାରୁ ପ୍ରତିକ୍ରିୟାରେ କହିଛନ୍ତି ଅସହାୟ, ନିର୍ଯ୍ୟାତିତ ଙ୍କୁ ନ୍ୟାୟ ଏବଂ ସମାଜରେ ବିଭିନ୍ନ ବର୍ଗର ସାଧାରଣ ଜନତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି। ଓକିଲ ନିଯୁକ୍ତି ପାଇଥିବାରୁ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଢ଼ାଖୋଲ ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ସମ୍ବଲପୁର ଜିଲ୍ଲା ବାର ସଭାପତି ପ୍ରଦୀପ ବହିଦାର, ସମ୍ବଲପୁର ଜିଲ୍ଲା ଓ ରେଢ଼ାଖୋଲ ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତାକୁ ଗଭୀର କୃତଜ୍ଞତା ପ୍ରଦାନ କରିଛନ୍ତି। ସେହିପରି ରେଢ଼ାଖୋଲ କୋର୍ଟରେ ଯୁବ ଆଇନଜୀବୀ ତୁଷାର କାନ୍ତ କର, ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ପ୍ରଧାନ, ଭାବଗ୍ରାହୀ ଗଡତିଆ, ସୁଜିତ୍ କୁମାର ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ ରାଜ୍ୟ ସରକାର ପକ୍ଷରୁ ସରକାରୀ ଆଇନଜୀବୀ ଭାବରେ ନିଯୁକ୍ତି ପାଇଛନ୍ତି।
