ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ୪ ଦଫା ଦାବି ନେଇ ଉପଜିଲ୍ଲାପାଳ ଙ୍କ ପାଖରେ ଦାବିପତ୍ର ପ୍ରଦାନ
କାମାକ୍ଷାନଗର – (ସତ୍ୟବାଦୀ ସେଠୀ)
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ୧୨ଘଟିକା ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଏକ ବିଶାଳ ପଦଯାତ୍ରା ବାହାରି କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ ପାଖକୁ ଯାଇ ୪ଦଫା ଦାବିପତ୍ର ପ୍ରଦାନ କରିଥିଲେ l ଉକ୍ତ ପଦଯାତ୍ରା ରେ ବହୁ ସଂଖ୍ୟକ କର୍ମୀ ଓ ନାରୀନେତ୍ରୀ ମାନେ ଯୋଗଦେଇ ସହର ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ ପାଖକୁ ଦାବି ଜଣାଇବା ପାଇଁ ଯାଇଥିଲେ l ଦାବି ଗୁଡିକ ହେଲା ବେକାରୀ ସମସ୍ୟା ଦୂରୀକରଣ, ସିଲିଙ୍ଗ ଜମି ପଟ୍ଟା ପ୍ରଦାନ,ସ୍ମାର୍ଟ ମିଟର ଉଛେଦ, ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି l ଏହି ପଦଯାତ୍ରା ରେ ରାଜ୍ୟସରକାର ଙ୍କ ତାଳ ତିଳ ମନମୁଖୀ କାର୍ଯ୍ୟ ଧାରା କୁ ନେଇ ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ର ନାରାବାଜି ଦେଇଥିଲେ ଓ କମ୍ୟୁନିଷ୍ଟ ପାର୍ଟି ର ବରିଷ୍ଠ ନେତା ଶିବରାମ ସାହୁ ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଙ୍କ ପାଖରେ ଦାବିପତ୍ର ଦେଇଥିଲେ ଓ ଉପଜିଲ୍ଲାପାଳ ତାଙ୍କ ଦାବିପତ୍ର ଗୁଡିକୁ ସରକାର ଙ୍କ ପାଖରେ ପହଞ୍ଚାଇ କିପରି ସ୍ଥାୟୀ ସମାଧାନ ହୋଇପାରିବ ପ୍ରତିଶୃତି ଦେଇଥିଲେ l
