*୯୧ ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ*
ହରଭଙ୍ଗା :-୫/୧ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୯୧ ବ୍ୟାଚ ର ଛାତ୍ରଛାତ୍ରୀ ମାନଙ୍କର ୨ୟ ବନ୍ଧୁ ମିଳନ କାର୍ଯ୍ଯକ୍ରମ ରବିବାର ଦିନ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ର ବିନିକେଇ ଠାକୁରାଣୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ୯୧ ବ୍ୟାଚ ର ଛାତ୍ର ସୁବାସ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ପ୍ରଧାନ, ସୁବୋଧ ପ୍ରଧାନ, ବସନ୍ତ କୁମାର ବେହେରା, ଡାକ୍ତର ଚିତ୍ତରଞ୍ଜନ ଖଟୁଆ, ପ୍ରଦ୍ମ ଚରଣ ସାହୁ ଓ ଅଚ୍ୟୁତ ରାଉତ ପ୍ରମୁଖ ଙ୍କ ଦ୍ଵାରା ଆୟୋଜିତ ବନ୍ଧୁ ମିଳନ କାର୍ଯ୍ଯକ୍ରମ ରେ ୩୫ ଛାତ୍ରଛାତ୍ରୀ ଙ୍କ ପରିବାର ର ୧୦୦ ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ। ଆଗାମୀ ୨୦୨୭ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ୩ୟ ବନ୍ଧୁ ମିଳନ କାର୍ଯ୍ଯକ୍ରମ କଟକ ଜିଲ୍ଲା ଅଂଶୁପା ହ୍ରଦ ଠାରେ ଆୟୋଜିତ ହେବାକୁ ସୁବାସ ଚନ୍ଦ୍ର ପ୍ରଧାନ ଓ ସୁବୋଧ କୁମାର ପ୍ରଧାନ ଘୋଷଣା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ବାରିକ, ବିନୋଦିନୀ ପ୍ରଧାନ, ଅଣ୍ନପୂଣ୍ନା ଘିବିଲା, ପ୍ରଦ୍ୟୁମ୍ନ କୁମାର ସାହୁ, ଲଲିତ କୁମାର ଭୋକ୍ତା, ଜିତେନ୍ଦ୍ର କୁମାର ସାହୁ, ବିଜୟ ପ୍ରଧାନ, ଅଶୋକ ଦିହୁଡି, ବିଶିକେଶନ ଭୋକ୍ତା, ବସନ୍ତ ବେହେରା, ସରୋଜ ଭୋକ୍ତା ପ୍ରମୁଖ ଉପସ୍ଥିତ ଥିଲେ।
