*ଖଡିଆଳ ୧୯ ତମ ରାଜା ଭାବରେ ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓ ଙ୍କ ରାଜ୍ୟାଭିଶେକ୍, ଆନୁଷ୍ଠାନିକ ଭାବରେ ରାଜା ଘୋଷଣା*
ନୂଆପଡା ( ମିଖାଏଲ ନନ୍ଦ)
ଖଡିଆଳ ୧୯ ତମ ରାଜା ଭାବରେ ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓ ଙ୍କ ରାଜ୍ୟାଭିଶେକ୍ ଆନୁଷ୍ଠାନିକ ଭାବରେ ରାଜା ଘୋଷଣା ହୋଇଛନ୍ତି। ଆଜି ଖଡିଆଳ ଦରବାର ହାଲ ଠାରେ ରାଜ୍ୟାଭିଶେକ୍ ଉତ୍ସବ ଅନୁଷ୍ଠିତ ହୋଇଅଛି। ରାଜ ପୁରୋହିତ, ଜ୍ୟୋତିଷ, ପାଟଯୋଷୀ ଏବଂ ସେବାୟତ ଖଡିଆଳ ବୁଦ୍ଧିଜୀବୀ, ସଚେତନ ନାଗରିକ, ବହୁ ରାଜପରିବାର ଯୋଗ ଦେଇଥିଲେ। ଖଡିଆଳ ୧୯ ତମ ରାଜା ଭାବରେ ଦେବ ଦେବ ସିଂହ ଦେଓ ରାଜ୍ୟାଭିଶେକ୍ ହୋଇଥିଲେ। ତାଙ୍କ ବାପା ତଥା ପୂର୍ବତନ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଶେଷ କୃତ୍ୟ ପାଇଁ ଆଦେକ୍ଷ ଦେଇଥିଲେ। ଏକ ଶୋଭାଯାତ୍ରା ରେ ଜିତାମିତ୍ର ଙ୍କ ପାର୍ଥାବ ଶରୀର ଖଡିଆଳ ନଗର ପରିକ୍ରମା କରିଅଛି। ତାଙ୍କ ସମ୍ମାନ ରେ ଖଡିଆଳ ବଣିକ ସଂଘ ପକ୍ଷ ରୁ ଦୋକାନ ବଜାର ବନ୍ଦ ରହିଅଛି।
