*ନୂଆପଡ଼ା ଜିଲ୍ଲା ଖଡିଆଳ ପୂର୍ବତନ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ପାର୍ଥିବ ଶରୀର ପଞ୍ଚ ଭୂତରେ ଲୀନ* ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ପୂର୍ବତନ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ପାର୍ଥିବ ଶରୀର ପଞ୍ଚ ଭୂତରେ ଲୀନ ହୋଇଅଛି। ଦୀର୍ଘ ୮୦ ବର୍ଷ ପର୍ଯ୍ୟନ୍ତ ମତ୍ୟ ମଣ୍ଡଳରେ ଅଭିନୟ କରି ଅନେକ ଅବଦାନ ଏବଂ ତାଙ୍କ ଦ୍ଵାରା ରଚିତ ଇତିହାସ ଓ ପତ୍ନତାତ୍ୱିକ ବିଷୟ ର ୧୯ ଖଣ୍ଡ ପୁସ୍ତକ ସମଗ୍ର ଭାରତ ନୁହଁ ବିଶ୍ବ ଦରବାରରେ ତାଙ୍କ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପାର୍ଥିବ ଶରୀର ଏକ ଶୋଭାଯାତ୍ରା ରେ ଖଡିଆଳ ସହର ପରିକ୍ରମା ପରେ ନେହେନା ଗ୍ରାମ କୁ ପହଞ୍ଚିଥିଲା। ଏହି ଶୋଭାଯାତ୍ରା ରେ ଅନେକ ସ୍ଥାନ ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ତାଙ୍କ ସେଶକୃତ୍ୟ ରେ ତାଙ୍କ ସାନ ପୁଅ ଅମରେଶ ମୁଖାଗ୍ନି ଦେଇଥିବା ବେଳେ ପାର୍ଥିବ ଶରୀର ପଞ୍ଚ ଭୂତରେ ଲୀନ ହୋଇଅଛି।
