
ସୋର ରେ ଦିନ କୁ ଦିନ ବଢୁଛି ନିଶାଡି ଙ୍କ ଉପଦ୍ରବ। ଆଜି ସନ୍ଧ୍ୟାରେ ସୋର ଥାନା ଅଧୀନ ଶିରାପୁର ହନୁମାନ ଛକ ନିକଟରେ ୭/୮ ଜଣ ଦୃର୍ବୁତ୍ତ ଆସି ଜଣେ ଯୁବକ ଙ୍କ ହାତ କୁ ହାଣି ଦେଇଛନ୍ତି। ଖବର ରୁ ପ୍ରକାଶ କି ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମ କରୁଣା ଜେନା ଙ୍କ ପୁଅ କାଳିଆ ଜେନା (୨୯) ତାଙ୍କ ସଳା ଅର୍ଥାତ୍ ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମର ପଳୁହା ଜେନା ପୁଅ ପପୁ ଜେନା ତେଲେଙ୍ଗା କଟୁରିରେ ଦୁଇ ହାତ ଓ ଅଣ୍ଟା କୁ ହାଣି ଦେଇ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଭର୍ତ୍ତି କରିଥିଲେ,ପରେ ଡାକ୍ତର ତାଙ୍କୁ ବାଲେଶ୍ଵର ଡାକ୍ତରଖାନା କୁ ସ୍ଥାନାନ୍ତର କରାଇଛନ୍ତି। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି କି କାଳିଆ ତାଙ୍କ ସାଳି କୁ ବାହାହେବା ପାଇଁ ଜିଦ୍ ଧରି ତାଙ୍କ ଶାଶୁ ଶଶୁର ଙ୍କୁ ମାର୍ ପିଟ୍ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସଳା ଏପରି କାଣ୍ଡ ଭିଆଇଛି ବୋଲି ଜଣା ପଡିଛି।