*ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ, ସହ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୩୦.୧୨
. ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ, ସହ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଲସା ର ଉଦ୍ୟମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ବନ୍ ବିଭାଗ, ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ, ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ। ପ୍ରଥମ ରେ ମାଁ ଙ୍କ ପାଇଁ ଏକ ବୃକ୍ଷ ରୋପଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଏକ ସଚେତନ ଶୋଭାଯାତ୍ରା ହରିପୁର ରୋଡ ଠାରେ ବାହାରିଥିଲା। ପର୍ଯ୍ୟଟନ ସ୍ଥଳୀ ରେ ପଡ଼ିଥିବା ଅଳିଆ ଆବର୍ଜନା କୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ରେ ସହାୟକ ହେବାକୁ ପ୍ରାଧିକରଣ ସଚିବ ନାବନିତା ଦାସ ଆହ୍ବାନ କରିଥିଲେ। ସଭାରେ ଏସିଏଫ ପ୍ରଶ୍ନଜିତ ନାଏକ, ରେଞ୍ଜର ସିତାରାମ ଶବର, ଜିଲ୍ଲା ପ୍ରେସ କ୍ଳବ୍ ସମ୍ପାଦକ ତପନ ଦାଶ, ସଭାପତି ପରମେଶ୍ବର ବାରିକ, ଏନ୍ ସି ସି ଅଧିକାରୀ ବିଷ୍ଣୁ ଦେବ ସିଂ ମଲ୍ଲିକ, ମହିଳା ଡିଗ୍ରୀ କଲେଜ ଅଧ୍ୟାପକ ଘନ ଶ୍ୟାମ ଶଗରିଆ, ର୍ତତ୍ନାଞ୍ଜଳି ପାଣିଗ୍ରାହୀ, ଓକିଲ ସଂଘ ସମ୍ପାଦକ, ବହୁ ସ୍ବେଛାସେବୀ ଯୋଗ ଦେଇ କର୍ଯ୍ୟକ୍ରମ୍ କୁ ସଫଳ
