
*ନୂଆପଡ଼ା ଜିଲ୍ଲା ଖଡିଆଳ ରାଜଦାବ୍ରି ଠାରେ ବୁଢ଼ା ଦେଓ ଗାଦି ଯାତ୍ରା ଅନୁଷ୍ଠିତ, ମନ୍ଦିର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୯.୧୨.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ରାଜଦାବ୍ରି ଠାରେ ବୁଢ଼ା ଦେଓ ଗାଦି ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ବୁଢ଼ା ଦେଓ ଙ୍କ ମନ୍ଦିର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବୁଢ଼ା ଦେଓ ଚତୁର୍ଭୁଜ ଙ୍କ ତିନି ଦିନିଆ ଉତ୍ସବ ଅନୁଷ୍ଠିତ ହେଉଅଛି। ଆଜି ୨୯ ତାରିଖ ଦିନ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଦିବାସୀଙ୍କ ଦେବତା ବୁଢ଼ା ଦେଓ ଚତୁର୍ଭୁଜ ଙ୍କ ଯାତ୍ରା ପାଳନ ନେଇ ବ୍ୟାପକ ସମାଗମ ହୋଇଥିବା ବେଳେ ପାଖାପାଖି ଅଞ୍ଚଳ ରେ ଉତ୍ସବ ମୁଖରିତ ହୋଇଅଛି।
