*ଅର୍ଗସ ‘ହେଲଥ କନକ୍ଲେଭ’ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେଲେ ଖଡ଼ିଆଳର ଡାକ୍ତର ଅନ୍ନଦା ଶଙ୍କର ଦାସ ନୂଆପଡ଼ା ପାଇଁ ଗର୍ବ*
ନୂଆପଡା( ମିଖାଏଲ ନନ୍ଦ)
ତା-୧୯/୦୯
ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖଡ଼ିଆଳ ଆୟୁଷ ଡାକ୍ତର ଡଃ ଅନ୍ନଦା ଶଙ୍କର ଦାସ ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ କୁମାର ମାଲିଙ୍ଗ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଅର୍ଗସ ନ୍ୟୁଜ ପକ୍ଷରୁ ଭୁବନେଶ୍ୱର ସ୍ବସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ହେଲଥ କନକ୍ଳେଭ କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଦ ଉତ୍ତମ ଡାକ୍ତର ଭାବେ ଖଡ଼ିଆଳ MO (MHU) ଡଃ ଅନ୍ନଦା ଶଙ୍କର ଦାସଙ୍କୁ, ସମ୍ମାନିତ କରିଛନ୍ତି।ଡଃ. ଦାସ ନିଃସ୍ଵାର୍ଥ ପର ସେବା, ଜୀବନ କୁ ବାଜି ଦେଇ କୋଭିଡ ଯୋଦ୍ଧା ଭାବରେ ଭାରତର ଘଡ଼ିସନ୍ଧି ମୁହୂର୍ତ୍ତରେ ରୋଗୀଙ୍କୁ ସେବା କରିବା ଅନେକ ଉଦାହରଣ ରହିଅଛି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ତାଙ୍କ ଅବଦାନ, ମାଗଣା ସ୍ୱାସ୍ଥ୍ୟ ଶିବିର, ମାଗଣା ଔଷଧ ବଣ୍ଟନ, ଟିବି ମୁକ୍ତ ଭାରତ ଗଠନ ରେ ପୌଷ୍ୟ ଗ୍ରହଣ କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରିଛନ୍ତି। ସେହିପରି ଗ୍ରାମାଞ୍ଚଳ ରେ ଜଟିଳ ରୋଗରେ ପୀଡ଼ିତ ରୋଗୀଙ୍କୁ ଚିହ୍ନଟ କରି ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ଆଜି ରାଜ୍ୟ ସ୍ତରରେ ଜନତା ଙ୍କ ଡାକ୍ତର ରୂପେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନୂଆପଡ଼ା ଜିଲ୍ଲାର ଜଣେ ଜଣାଶୁଣା ଡାକ୍ତର ଏବଂ ଚର୍ଚ୍ଚିତ ଚେହେରା ଭାବରେ ସେ ଘରେ ଘରେ ପରିଚିତ ଅଟନ୍ତି।ତାଙ୍କୁ ଏହି ସମ୍ବର୍ଦ୍ଧନା ନିଶ୍ଚିତ ରୂପେ ଆଗକୁ କାର୍ଯ୍ୟ କରିବାରେ ଉତ୍ସାହ ପ୍ରଦାନ କରିବା ବୋଲି ମତବ୍ୟକ୍ତ କରିଥିଲେ।ଅର୍ଗସ ନିୟୁଜ୍ ଓଡ଼ିଶା ମୁଖ୍ୟ ମାନେ ସାମିଲ ହୋଇ ଜନତାଙ୍କ ଡାକ୍ତର ରୂପେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
