*”କୋମନା ଚାନ୍ଦୋପଲା ଜମି ମହାଘୋଟାଲା: ମୁଖ୍ୟ ଦଲାଲ ଅଭୟାନନ୍ଦ ପଣ୍ଡା ଗିରଫ, ଜାଲ୍ ଡିଡ୍ ବାତିଲ ଓ ସମ୍ପୃକ୍ତ କର୍ମଚାରୀଙ୍କ ଗିରଫଦାରୀ ଦାବି* ”
ନୂଆପଡା(ମିଖାଏଲ ନନ୍ଦ)
ତା-୧୯/୦୯
ନୂଆପଡ଼ା ଜିଲ୍ଲା କୋମନା ଅନ୍ତର୍ଗତ ଚାନ୍ଦୋପଲା ମୌଜାରେ ଜମି ଚୋରି ମାମଲା, ଆଜି ମୁଖ୍ୟ ଦଲାଲ ଅଭୟାନନ୍ଦ ପଣ୍ଡା ଗିରଫ, ପ୍ରକୃତ ଜମି ମାଲିକ ପକ୍ଷ ରୁ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କୁ ଗିରଫ ଦାବୀ, ଜମି ବିକ୍ରି ହୋଇଥିବା ଡିଡ ବାତିଲ କରିବାକୁ ଦାବୀ କରିଛନ୍ତି। ଚାନ୍ଦୋପଲା ମୌଜାରେ ଜମି ଚୋରି ମାମଲା ରେ ଗିରଫ ସଂଖ୍ୟା ୯ କୁ ବୃଦ୍ଧି ହୋଇଅଛି। ବର୍ତ୍ତମାନ ଜମି ପଞ୍ଜୀକରଣ କରିଥିବା ସରକାରୀ କର୍ମଚାରୀ ଏବଂ ଉପନିବନ୍ଧକ କାର୍ଯ୍ୟାଳୟ ରେ ସମ୍ପୃକ୍ତ ଥିବା ଅଧିକାରୀ ବିରୁଦ୍ଧ ରେ ମଧ୍ୟ ବିଭାଗୀୟ ପଦକ୍ଷେପ ନେଇ ଥିବା ବେଳେ ଆଇନ ଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରକୃତ ଜମି ମାଲିକ ପରିବାର ପକ୍ଷ ରୁ ଦାବି କରିଛନ୍ତି। ସତ୍ୟ ପ୍ରଧାନୀ, ତାଙ୍କ ପୁଅ ନବୀନ ପ୍ରଧାନୀ ସହ ତାଙ୍କ ପୁତ୍ର ବଧୂ ଶାନ୍ତିଲତା ପ୍ରଧାନୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେହିପରି ଜମି ମିଥ୍ୟା ପଞ୍ଜୀକରଣ ଘଟଣା ରେ ଡିଡି ବାତିଲ କରିବା ପାଇଁ ଦାବୀ କରିଛନ୍ତି। ଡିଡି ବାତିଲ କରିବା ପାଇଁ ବ୍ୟାପକ ଅର୍ଥ ଲାଗିଥିବା ବେଳେ ଏହି ଅର୍ଥ ଦେବାକୁ ଅସମର୍ଥ ଅଟନ୍ତି।
