*ଚାନ୍ଦୋପଲା ଗାଁ ଜମି ହଡ଼ପ ମାମଲା: ମୁଖ୍ୟ ଦଲାଲ ଅଭୟ ପଣ୍ଡା ନିଜ ଘରୁ ଗିରଫ,କୋମନା ପୋଲିସର ବଡ଼ ସଫଳତା; ଗିରଫ ସଂଖ୍ୟା ୯ କୁ ବୃଦ୍ଧି*।
ନୂଆପଡ଼ା (ମିଖାଏଲ ନନ୍ଦ):
ତା-୧୯/୦୯
ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗ୍ରାମର ବହୁଚର୍ଚ୍ଚିତ ଜମି ଚୋରୀ ତଥା ହଡ଼ପ ମାମଲାରେ କୋମନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଖଳନାୟକ ତଥା ମୁଖ୍ୟ ଜମି ଦଲାଲ ଅଭୟ ପଣ୍ଡାଙ୍କୁ କୋମନା ପୋଲିସ ତାଙ୍କ ନିଜ ଘରୁ ଚଢ଼ାଉ କରି ଗିରଫ କରିଛି। ଏହା ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୯ କୁ ବୃଦ୍ଧି ପାଇଛି।
ଘଟଣାର ପୃଷ୍ଠଭୂମି।ପ୍ରାପ୍ତ ସୂଚନାନୁଯାୟୀ, ଚାନ୍ଦୋପଲା ଅଞ୍ଚଳରେ ଜାଲ୍ ଦସ୍ତାବିଜ୍ ଓ କାଗଜପତ୍ର ପ୍ରସ୍ତୁତ କରି ବହୁମୂଲ୍ୟ ଜମି ହଡ଼ପ କରାଯାଉଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ପୂର୍ବରୁ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଆଜି ମୁଖ୍ୟ ଅଭିଯୁକ୍ତ ଅଭୟ ପଣ୍ଡା ନିଜ ଘରେ ଥିବା ସୂଚନା ପାଇ ପୋଲିସ ତୁରନ୍ତ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା।
ଆହୁରି ପର୍ଦ୍ଦାଫାଶ ହେବା ଆଶଙ୍କା:
ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଜମି ଚୋରୀ ପଛରେ ଏକ ବଡ଼ ସଂଗଠିତ ରାକେଟ୍ ସକ୍ରିୟ ଥିଲା। ଏହି ରାକେଟରେ ଆହୁରି କିଛି ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା ଜାରି ରହିଛି ଏବଂ ଆଗକୁ ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି
