ଶତୃଘ୍ନ ନାଥ ଉଚ୍ଚ ବିଦ୍ୟାଳୟ ରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଗଣଦୈଡ ଅନୁଷ୍ଠିତ। ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ବ୍ଲକ କେଶରୀପୁର ସ୍ଥିତ ଶତୃଘ୍ନନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଆସନ୍ତା କାଲି ଅର୍ଥାତ୍ ରବିବାର ଠାରୁ ଆରମ୍ଭ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଆଜି ଏକ ଗଣଦୌଡ ଅନୁଷ୍ଠିତ ହୋଇଥିଲା। ଏହି ଗଣଦୌଡଟି ମାଣତ୍ରୀ ହୋଲି ପଡିଆ ଠାରୁ ବାହାରି ତରତୁଆ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।ଏହି ଗଣଦୈଡ କୁ ମୁଖ୍ୟ ଅତିଥିଭାବେ ମାଣିତ୍ରୀ ପଞ୍ଚାୟତର ପୁର୍ବତନ ସରପଞ୍ଚ ରାଜେଶ ମହାପାତ୍ର ଓ ସୋର ବିଡିଓ ସତ୍ୟନାଥ ନାୟକ ଯୋଗଦେଇ ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଶରୀ ପୁର ପଞ୍ଚାୟତର ସମିତିସଭ୍ୟ ମୁକେଶ ମଲିକ, ଜିତେନ୍ଦ୍ର ଦାସ,ମଧୁସ୍ମିତା ସିଂ, ଶ୍ରୀନୀବାସ ସିଂ,ଆଲୁମିନି କମିଟିର ସଭାପତି ଡ, ସୁରେନ୍ଦ କୁମାର ବିଶ୍ୱାଳ,ସୁବର୍ଣ୍ଣ ଜୟନ୍ତି କମିଟିର ସଭାପତି ପ୍ରିୟନାଥ ପଣ୍ଡା, ସମ୍ପାଦକ କମଳାକାନ୍ତ ପଲେଇ ,ଉପ ସଭାପତି ଗୋଲକ ପାତ୍ର ,ଉପସଭାପତି ରମାକାନ୍ତ ବେହେରା, ଆଶିଷ ରାଉତ, ସହ ସମ୍ପାଦକ ନରେନ୍ଦ୍ର ସାମଲ , ଅନନ୍ତ ଧଳ, ଶ୍ୟାମସୁନ୍ଦର ପ୍ରଧାନ, ଶ୍ରୀଧର ମହାକୁଡ, ସୁଧାକର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବିଶ୍ୱାଳ, ସମାଜସେବୀ ରାକେଶ ମଲିକ, ଗୋପିନାଥ ରାଉତ, ମାନସ ସାହୁ, ରବିନ୍ଦ୍ର ସାହୁଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
