*ହୀରାପୁର ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ପ୍ରତିଷ୍ଠା ଦିବସ ପାଳିତ*
—————————————————-
ବାଲେଶ୍ଵର : : ରୂପସା ସ୍ଥିତ ହୀରାପୁର ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ଛାତ୍ର ସଂସଦର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ଗୋପାଳ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜଗଦୀଶ ବ୍ରହ୍ମଚାରୀ ଅତିଥି ପରିଚୟ ଓ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରିୟଦର୍ଶିନୀ ବାରିକ ଓ ଅନିତା ଦାସ ପ୍ରମୁଖ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଗୋପାଳପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବଳ କୁମାର ବେହେରା, ସହକାରୀ ଶିକ୍ଷକ ବାରିଦ ବରନ ପ୍ରଧାନ ଓ ଅପାଲି ଅପରାଜିତା ଡ଼ଗର ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ସାମଗ୍ରିକ ବିକାଶରେ ପୁରାତନ ଛାତ୍ର ସଂସଦର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ବିକାଶ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାଏ ବୋଲି ଏହି ଅବସରରେ ଅତିଥିମାନେ ମତପ୍ରକାଶ କରିଥିଲେ । ପୁରାତନ ଛାତ୍ରସଂସଦ ଆନୁକୁଲ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ, ଭାଷଣ, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ପ୍ରଭୃତି ଅନୁଷ୍ଠିତ ହେବା ସହ ଅତିଥିମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ମଧୁସ୍ମିତା ନାୟକ, ସୋମନାଥ ପାତ୍ର, କାହ୍ନୁ ଚରଣ ସ୍ୱାଇଁ, ଶ୍ୱେତାପଦ୍ମା ଶୁକ୍ଳା ଓ ମୁସାରତ ଜାହାଁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସଞ୍ଜୟ କୁମାର ପୋଥାଳ ଓ ହରେକୃଷ୍ଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନିରଞ୍ଜନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
