ନେପାଳରେ ଅନୁଷ୍ଠିତ ଟାଇକ୍ୱେଣ୍ଡୋ ପ୍ରତିଯୋଗିତାରେ ସୋର ପୁଅ ଙ୍କ ସଫଳତା।
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ଚଳିତ ମାସ ନେପାଳରେ ଅନୁଷ୍ଠିତ ଓପନ ଫ୍ରେଣ୍ଡସିପ ଇଣ୍ଟରନେସନାଲ ଟାଇକ୍ୱେଣ୍ଡୋ ପ୍ରତିଯୋଗିତାରେ ବାଲେଶ୍ୱର ଟାଇକ୍ୱେଣ୍ଡୋ କୋଚ ତଥା ସୋର ଟାଇକ୍ୱେଣ୍ଡୋ ଏକାଡେମୀ କୋଚ ଅତାଉଲ୍ଲା ଖାନ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ, ଜିଲ୍ଲା ତଥା ସୋର ପାଇଁ ଗୌରବ ଆଣିଛନ୍ତି। ଶ୍ରୀ ଖାନ ନେପାଳ କାଠମାଣ୍ଡୁ ସହରରେ ଥିବା ରଙ୍ଗଶାଳା ଇଣ୍ଡୋର ଷ୍ଟାଡିଅମରେ ଅଣ୍ଡର ୪୦ ବର୍ଷ ବର୍ଗ ରେକଗନାଇଜଡ଼ ଇଣ୍ଡିଭିଜୁଆଲ ପୋମସେ ରେ ଭାଗ ନେଇ ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ନେପାଳ, ଭାରତ, ସାଉଥ କୋରିଆ, ଆମେରିକା, ମାଲଡିବସ, ବାଂଲାଦେଶ, ଅଷ୍ଟ୍ରେଲିଆ, ମାଲେସିଆ, ୟୁଏସଏ, ସିଙ୍ଗାପୁର ଆଦି ଦଶ ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ।ଏଥିରେ ସମସ୍ତଙ୍କୁ ପଛରେ ପକାଇ ଅତାଉଲ୍ଲା ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି।ତାଙ୍କର ଏହି ସଫଳତା ପାଇଁ ଓଡିଶା ରାଜ୍ୟ ଟାଇକ୍ୱେଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ, ସୋର ବିଧାୟକ ମାଧବ ଧଡ଼ା ଏବଂ ବାଲେଶ୍ୱର ଜିଲ୍ଲା ସଭାପତି ଅବଦୁଲ ଉଦୁତ ଖାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
