ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ତରଫରୁ ଦ୍ଵିତୀୟ ଥର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ନାତିଡ଼ିର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ତରଫରୁ ଦ୍ୱିତୀୟ ଥର କମ୍ବଳ ବଣ୍ଟନ କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳରେ ଥିବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ (କପିଳାସ) ଓ ଦତ୍ତାତ୍ରୟ ସାଇ ଆଶ୍ରମ ପ୍ରାଙ୍ଗଣରେ ଥିବା ଅସହାୟଙ୍କୁ କମ୍ବଳ ବଣ୍ଟନ ଓ ଶୁଖିଲା ଖାଦ୍ୟ ଦିଆ ଗଲା।
ଅନୁଷ୍ଠିନର ପ୍ରତିଷ୍ଠାତା ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଏହି କାଯ୍ୟକ୍ରମ ସଫଳତାର ସହିତ ସମ୍ଫନ୍ନ ହେଇଛି । ଏବଂ ଏଥିରେ ସହଯୋଗ କରିଥବା ଆଗ୍ରହୀ ସ୍ବେଛାସେବୀ ମାନେ ଶଶିପ୍ରଭା,କୁନି ସାହୁ,କମିୟା ନଦ, ଚାମେଲି ବେହେରା, ସତ୍ୟ ବେହେରା,ଅଞ୍ଜନା ରଥ,ଶୀତ ଋତୁର କଷ୍ଟକୁ ହ୍ରାସ କରିବା ଏବଂ ସମାଜର ପ୍ରତ୍ୟେକ ଲୋକଙ୍କୁ ଆଦର ଓ ମମତା ପହଞ୍ଚେଇବା ଆମର ମୁଖ୍ୟ ଉଦ୍ୟେଶ୍ୟ। ଏହି ସେବା କାର୍ଯ୍ୟରେ ସାହାଯ୍ୟ କରିଛନ୍ତି ପ୍ରାଣବନ୍ଧୁ ସାହୁ(ନୂଆପଡା, ଅନୁଗୋଳ)ଶିଶିର ସାଏ(ଏଫ ସି ଇ ତାଳଚେର) ପଦ୍ମଲୋଚନ ଦୋରା(ଗୁରୁଦ୍ୱାର) ଦିଲ୍ଲୀପ କୁମାର ସାହୁ(ବନ୍ଦାନପଶି, ଅନୁଗୋଳ) ଏମ ଅଙ୍କଟ ରାଓ ଦୋରା(ବ୍ରହ୍ମପୁର) ମୋହନ ମୁନି(ଗୁରୁଦ୍ୱାର)ସନ୍ତୋଷ ସେଠ(ଶ୍ରୀପୁର, ତାଳଚେର )ବିଶ୍ୱନାଥ ପୃଷ୍ଟି (ତୁମୁଗୁଳା,ତାଳଚେର)ମନୋଜ ରଥ (ବନ୍ତୋଲ, ତାଳଚେର) ଶ୍ରଦ୍ଧା ସାହୁ, (ନାତିଡ଼ି, ତାଳଚେର) ସମସ୍ତ ସଦସ୍ୟ ଓ ସହଯୋଗୀମାନଙ୍କୁ ଆମ ସଂଗଠନ ତରଫରୁ ହୃଦୟରୁ ଧନ୍ୟବାଦ। ଅନୁଷ୍ଠାନ ପ୍ରତିଷ୍ଠାତା ସରୋଜ କୁମାର ସାହୁ କହିଛନ୍ତି ଆଗକୁ ଏମିତି ସେବା ଜାରି ରହିବ ସମାଜର କଲ୍ୟାଣ ନିମନ୍ତେ।
