ଧାନ ପୁଞ୍ଜିର ଅକସ୍ମାତ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ
ବଡ଼ସାହି ବ୍ଲକ ଚାନ୍ଦୋଡିହା ଗ୍ରାମର ଲେଭ ମାଝୀ ର ଧାନ ପୁଞ୍ଜିର ଆଜି ଅପରାହ୍ନ ତିନିଟା ସମୟରେ ନିଆଁ ଲାଗି ତିନି ଏକର ଜମିର ଧାନ ପୋଡି ଜଳି ସମ୍ପୂର୍ଣ ନଷ୍ଟ ହଇଯାଇଅଛି l ବଡ଼ସାହିଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ଲେଭ ମାଝୀ ନିହାତି ଗରିବ ଏବଂ ଦିନ ମଜୁରିଆ ହୋଇଥିବାରୁ ଲୋକଙ୍କ ଜମି ବଖରା ଚାଷ କରି ନିଜର ଗୁଜୁରାଣ ପୂରଣ କରିଥାଏ l ତାର ସମ୍ପୂର୍ଣ ଧାନ ଏବେ ନଷ୍ଟ ହଇଯାଇଥିବାରୁ କ୍ଷତି ପୂରଣ ପାଇଁ ଗ୍ରାମ ବାସି ମାନେ ବଡ଼ସାହିର ରେଭନିୟୁ ଅଫିସର ଙ୍କ ଠାରେ ଦାବି ଉପସ୍ଥାପନା କରିଛନ୍ତି
ମୟୁରଭଞ୍ଜ ବଡ଼ସାହି ରୁ
ମଧୁ ସୂଦନ ପଣ୍ଡା ଭଞ୍ଜଦୂତ ଖବର
