
ଡକାୟତି ଯୋଜନା ବିଫଳ, ୭ ଅଭିଯୁକ୍ତ ସହ ୨ କିଶୋର ଅପରାଧୀ ଗିରଫ
ବାଲେଶ୍ୱର, ୨୩ ଡିସେମ୍ବର ୨୦୨୫
ବାଲେଶ୍ୱରରେ ସହଦେବଖୁଣ୍ଟା ଥାନା କେସ୍ ନମ୍ବର–୪୯୯ (ତା. ୨୩.୧୨.୨୦୨୫) ଅନୁସାରେ ବିଏନଏସ୍ ଧାରା ୩୧୦(୪)/୩୧୦(୫)/୧୧୧(୩)/୧୧୧(୪)/୩୧୭(୩) ଓ ୨୭ ଆର୍ମସ୍ ଆକ୍ଟ ରେ ସହଦେବଖୁଣ୍ଟା ପୋଲିସ୍ ଏକ ବଡ଼ ଡକାୟତି ଯୋଜନାକୁ ବିଫଳ କରିଛି; ୨୨/୨୩ ଡିସେମ୍ବର ରାତିରେ ଆଇଆଇସିଙ୍କ ନିର୍ଦ୍ଦେଶରେ ଏସଆଇ ଆଲୋକେନ୍ ଓ ପୋଲିସ୍ ଟିମ୍ ନାଇଟ୍ ପ୍ୟାଟ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ୍ ପଛପଟ ମାଲଗୋଦାମ ନିକଟ ଏକ ପରିତ୍ୟକ୍ତ ଘରେ ୮–୯ ଜଣ ଦୁଷ୍କର୍ମୀ ଟ୍ରେନ୍ ଓ ବସ୍ରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଡକାୟତି କରିବା ଯୋଜନା କରୁଥିବା ସୂଚନା ପାଇ ଚଢ଼ାଉ କରି ୭ ଜଣ ଅଭିଯୁକ୍ତ ଓ ୨ ଜଣ କିଶୋର ଅପରାଧୀଙ୍କୁ ଧରିଥିଲା; ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଧୀରଜ ବେହେରା ଓରଫ୍ ଦାଦା, ସରୁଜୁ ଖାନ୍, ଏସ୍କେ ରାଫିକ୍, ସୁଶାନ୍ତ ଜେନା ଓରଫ୍ ଜଗା, ସଞ୍ଜୟ ଦାସ ଓରଫ୍ ଖୁଡ଼ିଆ ଓ ଅଶୋକ ଦାସ ଓରଫ୍ ଚାଦୁର ରହିଥିବା ବେଳେ ତଦନ୍ତରେ ସେମାନେ ବାଲେଶ୍ୱର ସହରରେ ମୋବାଇଲ୍ ସ୍ନାଚିଂ ଓ ମୋଟରସାଇକେଲ୍ ଚୋରିରେ ସଂପୃକ୍ତ ଥିବା ପ୍ରକାଶ ପାଇଛି; ଚୋରି ସାମଗ୍ରୀ ବାଲୁବଜାରର ଏସ୍କେ ସାଲିମ୍ ଓରଫ୍ ହାଜିବ୍ଙ୍କୁ ବିକ୍ରି କରାଯାଉଥିବା ସହ ତାଙ୍କଠାରୁ ୧୭ଟି ମୋବାଇଲ୍ ଫୋନ୍ ଓ ଅଭିଯୁକ୍ତମାନଙ୍କ ଠାରୁ ୧୩ଟି ମୋଟରସାଇକେଲ୍, ୨ଟି ତେଲେଙ୍ଗା କାଟୁରି, ୧ଟି ଟାୱାରେନ୍ ରଡ୍ ଓ କିଛି ମଦ ବୋତଲ୍ ଜବତ କରାଯାଇଛି; ପୋଲିସ୍ ସୂଚନା ଅନୁସାରେ ଅଭିଯୁକ୍ତମାନେ ପୂର୍ବରୁ ହତ୍ୟା, ଡକାୟତି, ଲୁଟ୍ ଓ ଚୋରି ଭଳି ଅନେକ ମାମଲାରେ ସଂପୃକ୍ତ ଥିବା ସହ ବିଭିନ୍ନ ଥାନାରେ ଓୟାଣ୍ଟେଡ୍ ଥିଲେ ଓ ସମସ୍ତଙ୍କୁ ଆଦାଲତକୁ ପ୍ରେରଣ କରାଯାଇଛି।
