ପାଞ୍ଚ ଜଣ ଙ୍କ ଧାନ ଗଦା ରେ ନିଆଁ ଲାଗି ସମ୍ପୂର୍ଣ ନଷ୍ଟ।
ଗଜପତି (ଟିକି ଲିମା)
ରାୟଗଡ଼- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସୁନାପୂର ଗାଁ ନିକଟରେ ଥିବା ପାଞ୍ଚ ଗୋଟି ଧାନ ଗଦା ସମ୍ପୂର୍ଣ ପୋଡ଼ି ଯାଇ ଥିବା ଦେଖିବାକୁ ମିଳିଛି। ସୁନାପୂର ଓ ଉପରସୁନାପୁର ଗ୍ରାମର କିଛି ଲୋକ ଚାଷ କରିଥିବା ଧାନ ଫସଲକୁ ମଳା ମନ୍ଥା କରିବା ପାଇଁ ସୁନାପୂର ଗାଁ ନିକଟରେ ଗଦା କରି ରଖିଥିଲେ ହେଲେ କୌଣସି କାରଣରୁ ଆଜି ଭୋରରୁ ନିଆଁ ଲାଗି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ଓ ରାୟଗଡ ପୁଲିସ ପହଞ୍ଚି ନିଆଁକୁ ଆୟତ କରି ନିଆଁ ଲିଭାଇଥିଲା । ଖବର ପାଇ ଘଟଣା ସ୍ଥଳରେ ରାଜସ୍ୱ ନିରୀକ୍ଷକ ପହଞ୍ଚି ଘଟଣା ସମ୍ପର୍କରେ ବୁଝି କ୍ଷୟକ୍ଷତି ଆକଳନ କରିଥିବା ସୁଚନା ମିଳିଛି।କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବୀ ହୋଇଛି।
