ରୂପସା ଇଲେକ୍ଟ୍ରୀ ଅଫିସ ଘେରିଲେ ଶତାଧିକ ମହିଳା, ଥାନାରେ ଅଭିଯୋଗ।
ବସ୍ତା:- ନି.ପ୍ର (ସେଖ ଆଜାରୁଦ୍ଦିନ)
ପୁଣି ଶତାଧିକ ମହିଳା ଆଜି ରୂପସା ଇଲେକ୍ଟ୍ରୀ ଅଫିସ ଆଗରେ ଆନ୍ଦୋଳନ କରିବା ସହିତ ରୂପସା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ମିଟର ଡିଫେକ୍ଟ କହି ରୂପସା କସିପଦା ସାମିଲ ହାସନପୁର ପଞ୍ଚାୟତ କବିତା ବେହେରା ଉପରେ ଫାଇନ କରାଯାଇଥିବା ବେଳେ ଗୌରୀମଣୀ ବୈଠା, ଗେହ୍ଲାମଣୀ ବୈଠା, ସୀତା ବେହେରା, ସରସ୍ବତୀ ବୈଠା କସିପଦା ପଞ୍ଚାୟତ ହାତିଆଡିହା ଗ୍ରାମର ପ୍ରଦୀପ ପଣ୍ତା ୩୦ ହଜାର ଟଙ୍କା ଦେଇଥିଲେ ମଧ୍ଯ ରସିଦ ମିଳି ନ ଥିବା ଅଭିଯୋଗ ଥାନାରେ କରିଥିବାବେଳେ, ଆଙ୍କୋ ଗ୍ରାମର ଚାନସେଲର ରାଉତ ୩ ମାସ ବିଜୁଳି ସଂଯୋଗ ହେବା ସହିତ ମାସକୁ ବିଲ ପୈଠ କରି ରିବେଡ ନେଉଥିବା ବେଳେ ମିଟର ଡିପେକ୍ଟ କହି ମିଟର ନେବା ପରେ ୭୫ ହଜାର ଟଙ୍କାର ବିଲ ଆଶିଛି ସେ ମଧ୍ଯ ଥାନାରେ ଅଭିଯୋଗ କରିବାପରେ ଆଜି ବିଜୁଳି ବିଭାଗର ଏସି ଏଜକୁଟିଭ ଅଫିସର ଏସଡିଓ ପହଞ୍ଚିଥିଲେ। ହେଲେ ରୂପସା ଡିଭିଜନରେ ଥିବା ଜେଇ ସୁଜିତ ଭଟାଚାର୍ଯ୍ଯ ଅନୁପସ୍ଥିତ ରହିଥିବାରୁ ଉପଭୋକ୍ତା ମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଅତିଶିଘ୍ର ସମସ୍ତ ଉପଭୋକ୍ତା ମାନଙ୍କର ସମସ୍ଯା ସମାଧାନ ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଜନସାଧାରଣ ଦାବି କରିଥିଲେ। ତେବେ ବିଭାଗୀୟ ଅଧିକାରୀ ଯଥାଶିଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
