ମାଳପୁରା ରାମ ମନ୍ଦିର ରେ ବିଳମ୍ବିତ ରାତିରେ ଚୋରି
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇଶିଙ୍ଗା ପଂଚାୟତ ମାଳପୁରା ଗ୍ରାମର ରାମ ମନ୍ଦିର ରେ ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ମନ୍ଦିର ଭିତରେ ପଶି ପାର୍ବତୀ ମନ୍ଦିର ଓ ରାମ ମନ୍ଦିର ତାଲା କୁ ଭାଙ୍ଗି ମନ୍ଦିର ଭିତରେ ପଶିଥିଲେ l କିନ୍ତୁ ମନ୍ଦିର ଭିତରେ କୌଣସି ଦାମୀ ଜିନିଷ ନପାଇବାରୁ ପଳାଇ ଯାଇଥିଲେ l ବିଗତ ଦିନରେ ଏହି ମନ୍ଦିର ରେ ୮ ଥର ଚୋରି ହେଇ ଠାକୁର ଙ୍କର ବିଭିନ୍ନ ମୁକୁଟ, ଅଳଙ୍କାର ଚୋରି ହୋଇଯାଇଥିଲା l କାମାକ୍ଷାନଗର ପୋଲିସ ଷ୍ଟେସନ ରେ ଆଗରୁ ମଧ୍ୟ୍ୟ ଏତେଲା ଦିଆଯାଇଥିଲା କିନ୍ତୁ ମନ୍ଦିର ର କର୍ମଚାରୀ ଓ ପୂଜକ କହିବା ଅନୁସାରେ ସେଭଳି କୌଣସି ପୋଲିସ ତରଫରୁ ଆଖିଦୃଷ୍ଟିୟା ପଦକ୍ଷେପ ନିଆଯାଇ ନାହିଁ l ସେଥିପାଇଁ ପାଇଁ ମନ୍ଦିର ଟି ବାରମ୍ବାର ଚୋରି ହେବାର ଲାଗିଛି l ସାଧାରଣ ଜନତା ଙ୍କର ଦାବି ରହୁଛି କି ପୋଲିସ ପ୍ରଶାସନ ତରଫରୁ ରାତ୍ରି ସମୟରେ ନାଇଟ ପେଟ୍ରୋଲିଙ୍ଗ କରିବା ପାଇଁ l ଦେଖିବାକୁ ବାକି ରହିଲା କେବେ ଦୁର୍ବୁତ୍ତ ମାନେ ଧରା ପଡୁଛନ୍ତି ଓ ମନ୍ଦିର ରୁ ପୂର୍ବରୁ ଚୋରି ହେଇଥିବା ଜିନିଷ ଗୁଡିକ କେବେ ମିଳୁଛି ତାହା ଜନସାଧାରଣ ଚାହିଁ ରହିଛନ୍ତି
