ବରିଷ୍ଠ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ଏକଦଶାରେ ଓୟୁଜେ ପକ୍ଷରୁ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା।
ରେଢ଼ାଖୋଲ,(ଭଂଜଦୂତ ଭିକାରି ଚରଣ ପ୍ରଧାନଙ୍କ ରିପୋର୍ଟ )ତା ୧୮.୧୨:
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଓଟିଭି ସାମ୍ବାଦିକ ,ଓୟୁଜେ ରେଢ଼ାଖୋଲ ୟୁନିଟର ପୂର୍ବତନ ସଭାପତି ତଥା ପ୍ରେସ କ୍ଳବ୍ ସଭାପତି ରମାକାନ୍ତ ମହାନନ୍ଦ ଗତ ୮ ତାରିଖ ଦିନ ଏକ ବାଇକ୍ ଦୁର୍ଘଟଣାରେ ଦେହାନ୍ତ ହୋଇ ଯାଇଛି। ତାଙ୍କ ବିୟୋଗରେ ରେଢ଼ାଖୋଲ ସହର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇ ଥିଲା। ସ୍ବର୍ଗତ ରମାକାନ୍ତ ମହାନନ୍ଦଙ୍କ ବିୟୋଗର ଏକାଦଶାହରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ରେଢ଼ାଖୋଲ ୟୁନିଟ ପକ୍ଷରୁ ସ୍ଥାନୀୟ କଲେଜ ଛକ ନିକଟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ହୋଇ ଯାଇଛି। ରେଢ଼ାଖୋଲ ବ୍ଲକ ୟୁନିଟର ସଭାପତି ପ୍ରସନ୍ନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ରାଜ୍ୟ କୋଷାଧକ୍ଷ ଅମୂଲ୍ୟ ସ୍ବାଇଁ,କିଷାନ ରାଉତ, ଅନୁଗୁଳ ଜିଲ୍ଲା ସଭାପତି ଅଜିତ ଧର, ବୌଦ୍ଧ ସଭାପତି କମ୍ଭୁ କ୍ଷତି, ସୁନ୍ଦରଗଡ ଜିଲ୍ଲା ସଭାପତି ଅଶୋକ ଦାଶ,ଜିଲ୍ଲା ସାଧାରଣ ସଂପାଦକ ଶରତ ପ୍ରଧାନ, ଶଚିକାନ୍ତ ସାହୁ,ରାଜେନ୍ଦ୍ର ନାୟକ,ମନୋଜ ରାଜ, କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଶତ୍ରୁଘନ ଲୁହା, ସମାଜସେବୀ ନିହାଲ ସିଂ,ରେଢ଼ାଖୋଲ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ , ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ,ଓଟିଭି ପଶ୍ଚିମ ଓଡ଼ିଶା ବ୍ୟୁରୋ ମନୋରଞ୍ଜନ ଯୋଶୀ, ଓଟିଭି ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଞ୍ଜୟ ଜେନା, କବି ମାନେନୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ବରିଷ୍ଠ ଆଇନଜୀବୀ ପ୍ରମୋଦ ରଥ, ଆଠମଲ୍ଲିକ ର ପୂର୍ବତନ ବିଧାୟକ ସଞ୍ଜିବ ସାହୁ, ରମେଶ ସାଏ, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ପ୍ରଫୁଲ୍ଲ ଦାସ, ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ଦେବେନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ଶିକ୍ଷାବିତ ଓ ବରିଷ୍ଠ ନାଗରିକ ଯୋଗ ଦେଇ ସ୍ବର୍ଗତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ମୃତି ଚରଣ କରି ସଦଗତି କାମନା କରିଥିଲେ। ଶ୍ରଦ୍ଧାଞ୍ଜଳୀ ସଭାକୁ ଜିଲ୍ଲା ସମ୍ପାଦକ ସୁଶାନ୍ତ ନାଗ ପରିଚାଳନା କରି ଥିଲେ। ରେଢ଼ାଖୋଲ ୟୁନିଟ ସମ୍ପାଦକ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
